Odisha Link
Bridging the Missing Links in Odisha

ରାଜ୍ୟସଭା: ଆଜି ଶପଥ ନେବେ ରଂଜନ ଗୋଗୋଇ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟସଭା ସାଂସଦ ରୂପେ ଶପଥ ନେବେ ସୁପ୍ରମିକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ। ଏଥିପାଇଁ ସେ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ। ସରକାରଙ୍କ ସୁପାରିଶ କ୍ରମେ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗତ ସୋମବାର ରାଜ୍ୟସଭାକୁ ମନୋନୀତ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଗୋଇ ଅଯୋଧ୍ୟା ଜମି ବିବାଦ, ରାଫେଲ ଯୁଦ୍ଧ ବିମାନ ଏବଂ ସାବରିମାଳାରେ ମହିଳାଙ୍କ ପ୍ରବେଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଶୁଣାଇଥିଲେ।

Comments are closed.