Odisha Link
Bridging the Missing Links in Odisha

ଭୁବନେଶ୍ବର: ଏହି ୧୨୧ ଦୋକାନ ଘରେ ପହଞ୍ଚାଇବେ ଔଷଧ

ଭୁବନେଶ୍ବର: ଓଡ଼ିଶା ଡ୍ରଗ୍‌ କଣ୍ଟ୍ରୋଲରଙ୍କ ସହଯୋଗରେ ଭୁବନେଶ୍ବର ମହାନଗର ନିଗମ ରାଜଧାନୀରେ ୧୨୧ଟି ଔଷଧ ଦୋକାନ ସ୍ଥିର କରିଛନ୍ତି। ଏହି ସବୁ ଦୋକାନରୁ ସହରବାସୀ ନିଜ ଘରକୁ ଔଷଧ ମଗାଇପାରିବେ। କରୋନା ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ଘରୁ ନ ବାହାରିବା ଲାଗି ବିଏମ୍‌ସି କର୍ତୃପକ୍ଷ ପରାମର୍ଶ ଦେଇଥିବା ବେଳେ ହ୍ବାଟ୍ସଆପ୍‌ ମାଧ୍ୟମରେ ଏହି ୧୨୧ ଦୋକାନରୁ ଲୋକମାନା ନିଜର ଆବଶ୍ୟକୀୟ ଔଷଧ ମଗାଇପାରିବେ।

ଔଷଧ ମଗାଇବା ପ୍ରଣାଳି

  1. ତଳେ ଦିଆଯାଇଥିବା ତାଲିକାରୁ ନିଜ ନିକଟତମ ଔଷଧ ଦୋକାନ ବାଛନ୍ତୁ।
  2. ଔଷଧ ଦୋକାନର ନାମ ପାଖରେ ଦିଆଯାଇଥିବା ଫୋନ ନମ୍ବରଟି ପ୍ରଥମେ ନିଜ ମୋବାଇଲରେ ଠିକ ଭାବେ ସେଭ୍‌ କରନ୍ତୁ
  3. ଡାକ୍ତରଙ୍କ ପରାମର୍ଶ ପତ୍ର (Prescription)ର ଏକ ସ୍ପଷ୍ଟ ଫଟୋ ଉଠାନ୍ତୁ।
  4. ଏବେ ହ୍ବାଟ୍‌ସଆପରେ ଉକ୍ତ ଔଷଧ ଦୋକାନର ନମ୍ବର ଖୋଲନ୍ତୁ।
  5. ନିଜ ନାମ ଓ ରୋଗୀଙ୍କର ନାମ ଲେଖନ୍ତୁ। ନିଜର ଘରର ଅବସ୍ଥାନ ସୂଚନା, ଠିକଣା ଓ ବିଶଦ ଯୋଗୋଯାଗ (ଯଦି କିଛି ବିକଳ୍ପ ନମ୍ବର ଥାଏ) ଲେଖନ୍ତୁ।
  6. ଏହି ଲେଖା ସହ ପ୍ରେସ୍କ୍ରିପ୍ସନ୍‌ ଆଟାଚ୍‌ କରି ପଠାଇ ଦିଅନ୍ତୁ।

ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ

  • ମେସେଜ୍‌ ପଠାଇବାର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ଘରେ ଔଷଧ ପହଞ୍ଚିବ।
  • ଡେଲିଭରୀ ଦେବାକୁ ଯାଇଥିବା ବ୍ୟକ୍ତି ଔଷଧ ଦେବା ସମୟରେ ଆପଣଙ୍କ ମୂଳ ପ୍ରେସ୍କ୍ରିପ୍ସନ୍‌ ଦେଖିବା ପାଇଁ ମାଗିପାରନ୍ତି।
  • ଆପଣ କ୍ରୟ କରିଥିବା ଔଷଧର ମୂଲ୍ୟ ବାଦ ଖୁଚୁରା ରାଶି ଦେବାପାଇଁ ଚେଷ୍ଟା କରନ୍ତୁ।
  • ଆପଣଙ୍କୁ ଡେଲିଭରୀ ବଏ ଏକ ରସିଦ ଦେବେ।

ଔଷଧ ଦୋକାଗୁଡ଼ିକର ତାଲିକା

Comments are closed.