Odisha Link
Bridging the Missing Links in Odisha

କରୋନା: ଆମେରିକା, ଚୀନ୍‌ ଓ ସ୍ପେନ୍‌ ଠାରୁ ଭାରତର ମୃତ୍ୟୁହାର ଅଧିକ

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଏ ଆକଳନ ସତ। ଯଦି କରୋନା ଆକ୍ରାନ୍ତ ଏବଂ ମୃତ୍ୟୁରେ ଭାରତର ବର୍ତ୍ତମାନ ସ୍ଥିତିକୁ ଏକ ମାନକ ସଂଖ୍ୟା (benchmark) ହିସାବରେ ନିଆଯାଏ, ତେବେ ଆମର ଏହି ରୋଗଜନିତ ମୃତ୍ୟୁହାର ବହୁଳ ଭାବେ କ୍ଷତିଗ୍ରସ୍ତ ଦେଶ ଆମେରିକା, ଚୀନ୍‌ ଓ ସ୍ପେନ୍‌ ଠାରୁ ମଧ୍ୟ ଅଧିକ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ୧,୦୦୦ ଛୁଇଁବା ପାଇଁ ଲାଗିଥିଲା ୧୫ ଦିନ। ତେବେ ମାତ୍ର ୯ ଦିନରେ ଏ ସଂଖ୍ୟା ୫୦୦୦ ଡେଇଁଥିଲା। ମାର୍ଚ୍ଚ ୩୦ରେ ଭାରତରେ ୧,୦୭୧ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଆଜି ସୁଦ୍ଧା ଏ ସଂଖ୍ୟା ୫,୭୩୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୬୬ ଜଣଙ୍କର ମୃତ୍ୟୁ ହେଲାଣି।

ଗତକାଲି (ଏପ୍ରିଲ ୮) ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୦୦ ଡେଇଁଥିଲା ଓ ୧୬୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଯଦି ୫,୦୦୦ ଆକ୍ରାନ୍ତକୁ ଏକ ମାନକ ସଂଖ୍ୟା ଭାବରେ ନେଇ ଆମେ ତୁଳନା କରିବା ତେବେ ଆମର ମୃତ୍ୟୁହାର ଆମରିକା, ଚୀନ୍, ସ୍ପେନ୍, ଫ୍ରାନ୍ସ, ଇରାନ୍‌ ଓ ଜର୍ମାନୀ ଠାରୁ ଅଧିକ ରହିଛି।

ଆମେରିକାରେ ୫,୦୦୦ ଆକ୍ରାନ୍ତ ଥିବା ବେଳେ ମୃତକଙ୍କ ସଂଖ୍ୟା ଥିଲା ୧୦୦। ଚୀନ୍‌ରେ ୫,୦୦୦ ଆକ୍ରାନ୍ତ ଥିବା ବେଳେ ୧୩୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ସ୍ପେନ୍‌ରେ ଥିଲା ୧୩୬। ଅନୁରୂପ ଭାବେ ଫ୍ରାନ୍ସ ଓ ଇରାନ୍‌ରେ ୫,୦୦୦ ଆକ୍ରାନ୍ତଙ୍କ ମଧ୍ୟରୁ ଯଥାକ୍ରମେ ୧୪୮ ଓ ୧୪୫ ଜଣ ମୃତ୍ୟୁବରଣ କରିଥିଲେ। ସେହିପରି ଜର୍ମାନୀରେ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ୫,୦୦୦ରୁ ଅଧିକ (୬,୦୧୨) ଜଣ କରୋନା ପଜିଟିଭ୍‌ ଥିବା ବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୧୩ ଜଣ ମୃତ୍ୟୁବରଣ କରିଥିଲେ।

Comments are closed.