Odisha Link
Bridging the Missing Links in Odisha

୪୯ ନମ୍ବର ‘କରୋନା’ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ବର: ଆଜି ରାଜ୍ୟର ୪୯ ନମ୍ବର କରୋନା ଆକ୍ରାନ୍ତ ମହିଳାଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ କରିଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ। ୩୫ ବର୍ଷୀୟ ମହିଳା ଜଣକ ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ୩୫ ବର୍ଷୀୟ ମହିଳା ଜଣକ ମାର୍ଚ୍ଚ ୨୦ରୁ ଏପ୍ରିଲ ୩ ତାରିଖ ଯାଏ ଘରେ ରହିଥିଲେ। ଏପ୍ରିଲ ୪ ତାରିଖରେ ମଧୁସୂଦନ ନଗର ଘରୁ ରେଡକ୍ରସ୍‌ ଭବନ ଅଞ୍ଚଳକୁ ଯାଇଥିଲେ।

ଏପ୍ରିଲ ୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳ ଯାଇଥିଲେ। ମହିଳା ଜଣକ ଜଣେ ‘କରୋନା’ରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ଏପ୍ରିଲ ୭ ତାରିଖରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ। ଗତକାଲି ଆସିଥିବା ରିପୋର୍ଟରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଥିଲା। ଆଜି ତାଙ୍କୁ କିମ୍ସ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.