Odisha Link
Bridging the Missing Links in Odisha

ଆଇସୋଲେସନ୍‌ ଓ୍ବାର୍ଡରେ ପୁଅଜନ୍ମ ଦେଲେ କରୋନା ଆକ୍ରାନ୍ତ

ଦୁବାଇ: ସାଉଦି ଆରବରେ ଜଣେ କରୋନା ଆକ୍ରାନ୍ତ ମହିଳା ମା’ ହୋଇଛନ୍ତି। ଗୁରୁବାର ଦିନ ମଦିନାର ଏକ ଡାକ୍ତରଖାନାରେ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଇଛନ୍ତି।

ମହିଳା ଜଣକ ଘର ଆଫଗାନିସ୍ଥାନରେ। ମାର୍ଚ୍ଚ ୩୦ ତାରିଖରେ ସେ ମଦିନା ଆସିଥିଲେ। ଗର୍ଭବତୀ ମହିଳା ଜଣକ ଶିଶୁ ଜନ୍ମ ଦେବା ଲାଗି ସ୍ଥାନୀୟ ଉହୁଦ ଡାକ୍ତରଖାନାରେ ନାମ ପଞ୍ଜିକରଣ କରିଥିଲେ। ତେବେ ଶିଶୁ ଜନ୍ମ ଦେବା ପୂର୍ବରୁ ତାଙ୍କ ଦେହରେ କରୋନା ସଂକ୍ରମଣ ଦେଖାଯାଇଥିଲା। ତାଙ୍କୁ ଆଇସୋଲେସନ୍‌ ଓ୍ବାର୍ଡରେ ରଖାଯାଇଥିଲା। ଗୁରୁବାର ଦିନ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପୁଅର ନାମ ଓମାର ରଖାଯାଇଛି।

ମଦିନାରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି। ଡାକ୍ତରଖାନାରେ ଉଭୟ ମା’ ଓ ପୁଅଙ୍କ ସ୍ବାସ୍ଥ୍ୟ ଭଲ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.