Odisha Link
Bridging the Missing Links in Odisha

ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

କଟକ: ପ୍ରତିଷ୍ଠିତ ଓଡ଼ିଆ ନାଟ୍ୟକାର ତଥା କଥାଶିଳ୍ପୀ ଓ ସମାଲୋଚକ ରତ୍ନାକର ଚଇନିଙ୍କର ଦେହାନ୍ତ ଘଟିଛି। ଆଜି କଟକ ବାଦାମବାଡ଼ି ସ୍ଥିତ ନିଜ ବାସଭବନରେ ସେ ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।

୨୫ ଅଗଷ୍ଟ ୧୯୪୫ରେ ଜନ୍ମିତ ଶ୍ରୀ ଚଇନିଙ୍କର ୧୫ରୁ ଅଧିକ ନାଟକ, ୬ଟି ସମାଲୋଚନା ଗ୍ରନ୍ଥ, ୭ଟି ଗଳ୍ପ ସଂକଳନ, ୪ଟି ଉପନ୍ୟା ଓ ଗୋଟିଏ ଆତ୍ମଜୀବନୀ ଗ୍ରନ୍ଥ ସମେତ ପ୍ରାୟ ୧୧ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ୧୯୭୭ ମସିହାରେ ‘କଳଙ୍କିତ ସୂର୍ଯ୍ୟ’ ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୧୬ ମସିହାରେ ତାଙ୍କର ଜୀବନବ୍ୟାପୀ ସାହିତ୍ୟ ସାଧନା ନିମନ୍ତେ ସେ ଗଙ୍ଗାଧର ରଥ ପାଉଣ୍ଡେସନ୍‌ ପକ୍ଷରୁ ସାହିତ୍ୟଭାରତୀ ସମ୍ମାନ ପାଇଥିଲେ। ରାଜ୍ୟର ସର୍ବ ପୁରାତନ ସାହିତ୍ୟ ସଂଗଠନ ଉତ୍କଳ ସାହିତ୍ୟ ସମାଜର ସେ ସଭାପତି ମଧ୍ୟ ଥିଲେ।

Comments are closed.