Odisha Link
Bridging the Missing Links in Odisha

କରୋନା ସହୟତା: ମୁଖ୍ୟମନ୍ତ୍ରୀ ରିଲଫ୍‌ ପାଣ୍ଠିକୁ ଦିନକର ଦରମା ଦେଲେ ଓୟୁଏଟି କର୍ମଚାରୀ

ଭୁବନେଶ୍ୱର : ରାଜ୍ୟର କୋଭିଡ-୧୯ ସ୍ଥିତିର ମୁକାବିଲା କରିବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ୧୯ ଲକ୍ଷ ୮ ହଜାର ୩୯୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ଆଜି ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ ପବନ କୁମାର ଅଗ୍ରୱାଲ କୃଷି ଭବନ ଠାରେ ଏହି ଅର୍ଥରାଶିର ଏକ ବ୍ୟାଙ୍କ ଡ୍ରାଫ୍ଟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଧେଶ୍ୟରେ ରେ ପ୍ରଦାନ କରିଥିଲେ। ଏହି ଅବସରରେ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ସୌରଭ ଗର୍ଗ ଉପସ୍ଥିତ ଥିଲେ।

Comments are closed.