Odisha Link
Bridging the Missing Links in Odisha

ଆଉ ମାସେ ବଢ଼ାଯାଉ ଲକ୍‌ଡାଉନ୍: ନବ ଦାସ

ଭୁବନେଶ୍ବର: କରୋନା ଭୂତାଣୁ ଜନିତ ମହାମାରୀ ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନାହିଁ। ଫଳରେ କରୋନା ମୁକାବିଲାର ଏକମାତ୍ର ଭରସା ହେଉଛି ଲକ୍‌ଡାଉନ୍। ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲକ୍‌ଡାଉନ୍ ହିଁ ଭୂତାଣୁ ସଂକ୍ରମଣ ପ୍ରତିହତ କରିପାରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ସେ ଆହୁରି କହିଛନ୍ତି ଯେ, ଅନ୍ୟ ଦେଶ ଗୁଡ଼ିକରେ କରୋନା ସ୍ଥିତି ଅଣାୟତ ଥିବାବେଳେ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ଫଳରେ କିଛି ନା କିଛି ଦେଶରେ ନିୟନ୍ତ୍ରିତ ରହିଛି କରୋନା ସ୍ଥିତି। ତଥାପି ଲକଡାଉନ ସମୟରେ ଦୈନିକ ଆମ ଦେଶରେ ପ୍ରାୟ ୧୦୦ରୁ ୧୨୦୦ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ଏହାକୁ ନିୟନ୍ତ୍ରଣ କରିବା ଲାଗି ଲକ୍‌ଡାଉନ୍ ଅବଧି ବଢ଼ାଇବା ଜରୁରୀ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ଲକ୍‌ଡାଉନ୍‌ ଅବଧିକୁ ଆହୁରି ମାସେ ବଢ଼ାଇବା ଦରକାର। କରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ ହେଲେ ଲକ୍‌ଡାଉନ୍ ବଢ଼ାଇବାକୁ ହେବ ବୋଲି ମତ ଦେଇଛନ୍ତି ଶ୍ରୀ ଦାସ। ଲକ୍‌ଡାଉନ୍ ନିୟମକୁ କଡ଼ାକଡ଼ି ମାନିବା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଲେ ହିଁ କରୋନାକୁ ହରାଇବା ସମ୍ଭବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମାନଙ୍କ ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କୁ ସେହି ରାଜ୍ୟରେ କରୋନା ପରୀକ୍ଷା କରାଯିବା ଦରକାର। ରାଜ୍ୟର ଦାବିକୁ ଅନ୍ୟ ରାଜ୍ୟ ବି ସମର୍ଥନ କରିଛନ୍ତି। କେମିତି ଆସିବେ ସେସବୁର ବ୍ୟବସ୍ଥା କରିବେ କେନ୍ଦ୍ର ସରକାର। ସେହିଭଳି ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲ।ଇନ ଆଣିବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ନବ ଦାସ।

Comments are closed.