Odisha Link
Bridging the Missing Links in Odisha

ହାଇକୋର୍ଟ ନାମ ବଦଳ ପାଇଁ ନୂଆ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କଲେ ତେଜେଶ୍ବର

ଭୁବନେଶ୍ବର: ସେଣ୍ଟର ଫର ପଲିସି, ଗଭର୍ଣାନ୍ସ ଆଣ୍ଡ ଆଡଭୋକେସି (CPGA)ର ଅଧ୍ୟକ୍ଷ ତଥା ପୂର୍ବତନ ଓଡ଼ିଶା ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନାମ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି। ଗତକାଲି ନୂଆ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ମହମ୍ମଦ ରଫିକ‌ଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ସ୍ବାଗତ କରିଛନ୍ତି। ଏ ଅବସରରେ ଉଚ୍ଚ ନ୍ୟାୟାଳୟର ଦାପ୍ତରିକ ନାମକୁ ସରକାରୀ ବଦଳାଇବାକୁ ଟୁିଟ୍‌ ଯୋଗେ ଅନୁରୋଧ ରଖିଛନ୍ତି ତେଜେଶ୍ବର।

ଓଡ଼ିଶା ରାଜ୍ୟର ଦାପ୍ତରିକ ନାମ ୨୦୧୧ ମସିହାରେ Orissa ବଦଳରେ Odisha କରାଯାଇଛି। ଅନରୂପ ଭାବେ ସରକାରୀ ନଥିରେ ଓଡ଼ିଶାର ଭାଷା ଓ ଅଧିବାସୀଙ୍କୁ Oriya ବଦଳରେ Odia ନାମରେ ଜଣାଯାଉଛି। ଇତି ମଧ୍ୟରେ ୯ ବର୍ଷ ବିତି ଯାଇଥିଲେ ହେଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦାପ୍ତରିକ ନାମ High Court of Orissa ରହିଛି। Orissa ବଦଳରେ Odisha ଲେଖିବା ପାଇଁ ୨୦୧୧ ମସିହା ଠାରୁ ବୁଦ୍ଧିଜୀବୀ ଓ ଭାଷାବିତ୍‌ମାନେ ଦାବି କରି ଆସୁଛନ୍ତି।

Comments are closed.