Odisha Link
Bridging the Missing Links in Odisha

ଭିଏତନାମରୁ ମିଳିଲା ୧୧ଶହ ବର୍ଷ ପୁରୁଣା ବିଶାଳ ଶିବଲିଙ୍ଗ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାନ (ଏଏସ୍‌ଆଇ)କୁ ମିଳିଛି ବଡ଼ ସଫଳତା। ଭିଏତନାମରେ ୯ମ ଶତାବ୍ଦୀର ଏକ ବିଶାଳ ଶିବଲିଙ୍ଗ ପାଇଛନ୍ତି ଏଏସ୍‌ଆଇ କର୍ତୃପକ୍ଷ। ଏ ନେଇ ଟୁଇଟରରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‌ ଜୟଶଙ୍କର।

ଆଜି ଭିଏତନାମର ମାଇ ସୋନ୍‌ ଅଭୟାରଣ୍ୟ ଭିତରେ ଥିବା ପୂରାତନ ଚାମ୍‌ ମନ୍ଦିର ପରିସରରେ ମାଟିତଳୁ ଏହି ଶିବଲିଙ୍ଗ ମିଳିଛି। ଦୀର୍ଘଦିନ ଧରି ଏଏସ୍‌ଆଇ ପକ୍ଷରୁ ଏଠାରେ ଖନନ ଜାରି ରହିଥିଲା। ପୂର୍ବରୁ ଏହି ସ୍ଥାନରେ ଅନ୍ୟ ୬ ଗୋଟି ଅପେକ୍ଷାକୃତ କ୍ଷୁଦ୍ର ଶିବଲିଙ୍ଗ ମିଳିଥିଲା।

ବାଲିପଥର ନିର୍ମିତ ଏହି ବିଶାଳ ଶିବଲିଙ୍ଗ ମାଟିତଳେ ଅକ୍ଷତ ଅବସ୍ଥାରେ ରହିଛି। ଚାମ୍‌ ମନ୍ଦରକୁ ଭିଏତ୍‌ନାମର ଚମ୍ପା ବଂଶର ତତକାଳୀନ ରାଜା ଇନ୍ଦ୍ରବର୍ମନ୍‌ ଦ୍ବିତୀୟ ନବମ ଶତାବ୍ଦୀରେ ନିର୍ମାଣ କରିଥିଲେ। ପ୍ଣଥମେ ଏହି ଭଗ୍ନ ହିନ୍ଦୁ ମନ୍ଦିରକୁ ୧୯୦୩-୦୪ ମସିହାରେ ଫ୍ରାନ୍ସର ଏକ ପ୍ରତ୍ନତତ୍ତ୍ବବିତ୍‌ ଦଳ ଆବିଷ୍କାର କରିଥିଲେ। ପରେ ଭିଏତନାମରେ ରାଜନୈତିକ ଅସ୍ଥିରତା ଓ ଯୁଦ୍ଧ କାରଣରୁ ଏହି ମନ୍ଦିର ପରିସରରେ ଅଧିକ ଖନନ ହୋଇ ପାରି ନଥିଲା। ଏବେ କିଛି ବର୍ଷ ଧରି ଭାରତ ସହଯୋଗରେ ଏଠାରେ ଖନନ ଚାଲିଛି। ଏହା ୟୁନେସ୍କୋ ଦ୍ବାରା ଏକ ବିଶ୍ବ ଐତିହ୍ୟ ସ୍ଥଳର ମାନ୍ୟତା ପାଇଛି।

Comments are closed.