Odisha Link
Bridging the Missing Links in Odisha

ଆମେରିକା-WHO ସମ୍ପର୍କ ଛିନ୍ନ

ଓ୍ବାଶିଂଟନ୍: WHO ସହ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ପୂର୍ବରୁ ଆମେରିକା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)କୁ ସାମୟିକ ଭାବେ ପାଣ୍ଠି ଯୋଗାଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲା ଆମେରିକା।

ଏଥିସହିତ WHOକୁ ଚୀନ ନିଜ ନିୟନ୍ତ୍ରଣରେ ରଖିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ସୁରକ୍ଷା ପାଇଁ ବିପଦ ସାଜି ଆମେରିକାରେ ରିସର୍ଚ୍ଚ କରୁଥିବା ଚୀନ ବୈଜ୍ଞାନିକମାନଙ୍କ ଉପରେ ବ୍ୟାନ୍‌ ଲାଗୁ ହେବ। ସେହିପରି ଆମେରିକାର ଆଇନ୍‌ ଅନୁସାରେ କାର୍ଯ୍ୟ କରୁ ନ ଥିବା ଚୀନ କମ୍ପାନୀ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଆମେରିକା ଷ୍ଟକ୍‌ ଏକ୍ସଚେଞ୍ଜ୍‌ ଏହି କମ୍ପାନୀ ଗୁଡ଼ିକର ତାଲିକା ପ୍ରସ୍ତୁତ କରିଛି। ଗ୍ରେଟ୍‌ ବ୍ରିଟେନ୍ ସହ ହୋଇଥିବା ଚୁକ୍ତିର ଉଲ୍ଲଂଘନ ହେଉଥିବାରୁ ଆମେରିକା ପକ୍ଷରୁ ହଂକଂକୁ ଦିଆଯାଉଥିବା ସ୍ପେସାଲ୍‌ ଟ୍ରେଡ୍‌, ଟ୍ରାଭେଲ୍ ଷ୍ଟାଟସ୍‌ ଇତ୍ୟାଦି ମଧ୍ୟ ପ୍ରତ୍ୟାହାର କରାଯିବ।

କରୋନା ଭାଇରସ୍‌ ପ୍ରସଙ୍ଗରେ ବି ଚୀନକୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଚୀନ ଏହି ଭାଇରସ୍‌ ବାବଦରେ ବିଶ୍ୱକୁ ନ ଜଣାଇବା ଦ୍ୱାରା ଏହା ମହାମାରୀରେ ପରିଣତ ହେଲା। ଏଥିପାଇଁ ଆମେରିକାରେ ଲକ୍ଷେ ଲୋକଙ୍କ ଜୀବନ ଯିବା ସହ ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେଲାଣି।

Comments are closed.