Odisha Link
Bridging the Missing Links in Odisha

ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ

ପୁରୀ: ଆଗକୁ ପୁରୀରଥ ଯାତ୍ରା। ତା’ ପୂର୍ବରୁ ସ୍ନାନଯାତ୍ରା। ଏହି ସମୟରେ ସାଧାରଣତଃ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟେ। ହେଲେ ଏଥର ପରିସ୍ଥିତି ଭିନ୍ନ। କରୋନାକୁ ସଂକ୍ରମଣକୁ ନେଇ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ୫ମ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି। କିଛି ଦିନ ଟ୍ରେନ, ବସ୍ ଚଳାଚଳ ବନ୍ଦ ରହିବା ପରେ ଏବେ ସ୍ୱାଭାବିକ ରହିଛି। ତେଣୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ ଜମିବାର ସମ୍ଭାବନା ରହିଛି। ଏପରି ପରିପ୍ରେକ୍ଷୀରେ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଛି।

ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନେଇଛି ରେଳ ବିଭାଗ। ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ କରିବ ନାହିିଁ। ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଏହି ନିଷ୍ପତ୍ତି ନେଇଛି ବୋଲି ରେଲୱେ ପକ୍ଷରୁ କୁହାଯାଇଛି।

ପୁରୀକୁ ଯାଉଥିବା ବା ଆସୁଥିବା ଟ୍ରେନ ଭୁବନେଶ୍ୱର ଯାଏ ଯିବ। ୧ରୁ ଛାଡିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ ଭୁବନେଶ୍ୱରରୁ ଯିବ। ସିଆଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ କ୍ଷେତ୍ରରେ ବି ସମାନ ବ୍ୟବସ୍ଥା ଲାଗୁ ହେବ।

Comments are closed.