Odisha Link
Bridging the Missing Links in Odisha

ଆଜିଠୁ ଗଡ଼ିବ ୨୦୦ ବିଶେଷ ଟ୍ରେନ୍, ୧ ଲକ୍ଷ ୪୫ ହଜାର ଲୋକ କରିବେ ଯାତ୍ରା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପ୍ରତିହତ କରିବା ପାଇଁ ମାର୍ଚ୍ଚ ୨୪ରୁ ଲାଗୁ ହୋଇଥିଲା ଲକ୍‌ଡାଉନ୍। ଲକ୍‌ଡାଉନ୍‌ର ୬୮ ଦିନ ପରେ ଆଜିଠୁ ଦେଶରେ ଆରମ୍ଭ ହେଉଛି ଅନ୍‌ଲକ୍‌ର ପ୍ରଥମ ପର୍ଯ୍ୟାୟ। ଏଥିସହିତ ଆଜିଠାରୁ ସାରା ଦେଶରେ ଚାଲିବ ୨ଶହ ବିଶେଷ ଟ୍ରେନ୍‌। ପୂର୍ବରୁ କେବଳ ପ୍ରବାସୀଙ୍କ ପାଇଁ ଶ୍ରମିକ ଟ୍ରେନ ଏବଂ ମାଲ ପରିବହନ ଟ୍ରେନ୍‌ ଚାଲୁଥିବା ବେଳେ ଆଜିଠୁ ବିଶେଷ ଟ୍ରେନ୍‌ ଗଡ଼ିବ।

ପ୍ରଥମ ଦିନରେ ୧.୪୫ ଲକ୍ଷ ଲୋକ ଏହିସବୁ ଟ୍ରେନରେ ଯାତ୍ରା କରିବେ। ଏଥିପାଇଁ ୨୧ ମେ’ରୁ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହୋଇଥିଲା। ରେଲଓ୍ୱେ ପକ୍ଷରୁ ଅଗ୍ରିମ ଆରକ୍ଷଣ ଅବଧିକୁ ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ୮୨ ହଜାର ୬୭୧ ଜଣ ଯାତ୍ରା ଅନଲାଇନ୍‌ ବୁକିଂ କରିସାରିଛନ୍ତି। କରୋନା କଟକଣା ଭିତରେ ସମସ୍ତ ଯାତ୍ରୀ ଷ୍ଟେସନରେ ପହଞ୍ଚିବେ।

୯୦ ମିନିଟ ସମୟ ପୂର୍ବରୁ ଷ୍ଟେସନରେ ଯାତ୍ରୀ ପହଁଞ୍ଚିବା ପାଇଁ ବାଧ୍ୟତା ମୂଳନ କରିଛି ରେଲଓ୍ବେ। ଯେଉଁ ଯାତ୍ରୀଙ୍କ ପାଖରେ କନଫର୍ମ ଓ ଆରଏସି ଟିକେଟ ଥିବ ସେମାନଙ୍କୁ କେବଳ ଷ୍ଟେସନ୍‌ ଭିତରକୁ ପଶିବାକୁ ଅନୁମତି ମିଳିବ ବୋଲି ରେଲଓ୍ବ ପକ୍ଷରୁ କୁହାଯାଇଛି।

Comments are closed.