Odisha Link
Bridging the Missing Links in Odisha

ଭୁବନେଶ୍ବରରେ ପହଁଞ୍ଚିଲେ ବିଜୟ ମହାନ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପହଁଞ୍ଚିଲେ ଓଡ଼ିଆ ସିନେ ଜଗତର ବର୍ଷିୟାନ୍‌ ଅଭିନେତା ବିଜୟ ମହାନ୍ତି। ଦୀର୍ଘ ଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବରିଷ୍ଠ ଅଭିନେତା ଆସନ୍ତାକାଲି ଭୁବନେଶ୍ୱରରେ ପହଁଚିଛନ୍ତି।। ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିଛନ୍ତି। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ ବୋଲି ସୂଚନା ରହିଛି।

ବିଜୟ ମହାନ୍ତିଙ୍କ ଫେରିବା ନେଇ ଏକ ସହଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଅଭିନେତା ଅଖିଳ ପଟ୍ଟନାୟକ। ବିଜୟ ମହାନ୍ତିଙ୍କୁ ନେଇ ଆସିଥିବା ଆମ୍ବୁଲାନ୍ସରେ ଡାକ୍ତର , ନର୍ସ ଏବଂ ଆଇସିୟୁ ବ୍ୟବସ୍ଥା ରହିଛି। ତାଙ୍କ ପରିବାର ମଧ୍ୟ ଏହି ଆମ୍ବୁଲାନ୍ସରେ ଆସିଛନ୍ତି। ବିଜୟ ମହାନ୍ତି ଓଡ଼ିଶା ଫେରିବାକୁ ଚାହୁଁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Comments are closed.