Odisha Link
Bridging the Missing Links in Odisha

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଜପତି: ଗଜପତି ଜିଲା ଶୁକୁଳିପଦର-ପଥରଗଡ଼ ରାସ୍ତାରେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ମୋହନା ଥାନା ପୁଲିସ ଶୁକୁଳିପଦର-ପଥରଗଡ଼ ରାସ୍ତାରେ ଚଢାଉ କରି ଏକ ଟ୍ରକରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୁଲିସ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତମାନେ ହେଲେ ସିରୁଦିନ ଖାଁ, ନୂର ଇସଲାମ, ଗୁଲଶନ୍ ମଲ୍ଲିକ ଓ ବିଜୟ ସିଂହ। ଏମାନେ ସମସ୍ତେ ଉତ୍ତର ପ୍ରଦେଶର ଆଗ୍ରା ବାସିନ୍ଦା।

ସୂଚନା ମୁତାବକ, ଅଭିଯୁକ୍ତମାନେ ଆର.ଉଦୟଗିରି ଅଞ୍ଚଳରୁ ଟ୍ରକ୍ ଯୋଗେ ଗଞ୍ଜେଇ ନେଇ ଆଗ୍ରା ଯାଉଥିବା ମୋହନା ପୁଲିସ ଖବର ପାଇଥିଲା। ଏହା ପରେ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଶିକୁଳିପଦର-ପଥରଗଡ଼ ରାସ୍ତାରେ ଚଢ଼ାଉ କରି ଉକ୍ତ ଟ୍ରକକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଟ୍ରକରୁ ୧୯ ବସ୍ତା ଗଞ୍ଜେଇ ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ।

Comments are closed.