Odisha Link
Bridging the Missing Links in Odisha

ଭୁବନେଶ୍ବରର ସଂକେତ ରାୟ ହେଲେ କୋକାକୋଲା ଇଣ୍ଡିଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଓଡ଼ିଆ ପୁଅ ସଂକେତ ରାୟ ହେଲେ କୋକାକୋଲା ଇଣ୍ଡିଆର ନୂତନ ଅଧ୍ୟକ୍ଷ। ଏଥିସହିତ ସଂକେତ କୋକାକୋଲାର ଦକ୍ଷିଣ-ପଶ୍ଚିମ ଏସିଆର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ମୂଳ ବାସିନ୍ଦା ସଂକେତ ଭୋପାଳ ଏନଆଇଟିରୁ ମେକାନିକାଲ ଇଞ୍ଜିନିୟରିଂ ସ୍ନାତକ। ଏଥିସହିତ ସେ XIMB ରୁ MBA ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ଓଡ଼ିଆ ପୁଅ କୋକାକୋଲାର INSWA ଅପରେସନ୍‌ର ସର୍ବୋଚ୍ଚ ପଦବୀରେ ରହିବେ। ସଂକେତ ଡିଏମ ସ୍କୁଲର ଛାତ୍ର ଥିଲେ ଏବଂ ବିଜେବି କଲେଜରୁ ଯୁକ୍ତ ୨ ଶେଷ କରିଛନ୍ତି। ତାଙ୍କ ପିତା ଡକ୍ଟର ଏସ.କେ ରାୟ ଜଣେ ପ୍ରାଣୀ ଚିକିତ୍ସକ।

Comments are closed.