Odisha Link
Bridging the Missing Links in Odisha

ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ: ଖୋଲା ହେଲା ରାଜ ରାସ୍ତା

ଭୁବନେଶ୍ବର : ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ଫରେ ଗତକାଲି ବିସ୍ଫୋରଣ ଘଟିଥିଲା ।ତେବେ କମିଶନରେଟ ପୁଲିସ ଅପରେସନ ଶେଷ ହେବା କଥା କହିଛନ୍ତି ।

ରାଜ ରାସ୍ତା ସଂଧ୍ୟା ୭ଟାରୁ ଖୋଲା ହେଲା କିନ୍ତୁ ଦୁର୍ଘଟଣାସ୍ଥଳକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି। ତେବେ ପୁଲିସ ଜନ ସାଧାରଣଙ୍କୁ ଅପରେସନରେ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଇଣ୍ଡିଆନ୍‌ ଅଏଲ୍ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି।

ଏଥିସହ ଏହି ଘଟଣାରେ ଗୁରୁତର ଆହତଙ୍କୁ ୪ ଲକ୍ଷ ଟଙ୍କା ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ମିଳିବ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ସହାୟତା ଘୋଷଣା କରିଛି ଆଇଓସିଏଲ୍।

Comments are closed.