Odisha Link
Bridging the Missing Links in Odisha

କୋଭିଡ ହସ୍ପିଟାଲରୁ ବାପାଙ୍କ ପତ୍ତା ପାଉନି ପୁଅ

ଢେଙ୍କାନାଳ :ପୁଣି କୋଭିଡ ପରିଚାଳନାକୁ ନେଇ ଏପରି ସାଂଘାତିକ ଅଭିଯୋଗ ଆସିଛି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାରଦା ଗାଁର ଦୁର୍ଯ୍ୟୋଧନ ବେହେରାଙ୍କର ଗତ ସେପ୍ଟେମ୍ବର ୨୯ ତାରିଖରେ କୋଭିଡ ପଜିଟିଭ ରିପୋର୍ଟ ଆସିଥିଲା।

ତାପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଲେ। ପ୍ରଥମେ ଢେଙ୍କାନାଳ ଓ ପରେ ତାଙ୍କୁ କଟକ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ହେଲେ ପୁଅ ଗତ ୨୯ ତାରିଖରେ ବାପାଙ୍କୁ ଭର୍ତ୍ତି କରିବା ପରଠୁ ବାପାଙ୍କ ସ୍ଥିତି ସମ୍ପର୍କରେ ଜାଣିପାରୁନି ।
ସୂଚନା ଅନୁଯାୟୀ, ଗତ ୩୦ ତାରିଖରେ ଦୁର୍ଯ୍ୟୋଧନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନେଇ ପୁଅ ଜିଲ୍ଲା କୋଭିଡ ହସପିଟାଲ ଯାଇଥିଲେ।

କର୍ତ୍ତୃପକ୍ଷ ଦୁର୍ଯ୍ୟୋଧନଙ୍କୁ କଟକ କୋଭିଡ ହସପିଟାଲ ସ୍ଥାନାନ୍ତର କରାଯାଇଥିବା କଥା ତାଙ୍କ ପୁଅକୁ ଜଣାଇଥିଲେ । ତାପର ଠାରୁ ବାପାଙ୍କ ବିଷୟରେ କୌଣସି ସୂଚନା ପାଇଁ ପାରିନଥିଲା ପୁଅ ।ବାପା ବଞ୍ଚିଛନ୍ତି ନା ନାହିଁ ସେ ସମ୍ପର୍କରେ ପଚାରିଲେ ମଧ୍ୟ ଉତ୍ତର କାହା ପାଖରେ ନାହିଁ।

Comments are closed.