Odisha Link
Bridging the Missing Links in Odisha

କୀଟନାଶକ ପିଇ ବୃଦ୍ଧା ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁର: ଘରୋଇ କଳିରୁ ଗୋଟିଏ ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ୮୪ ବର୍ଷୀୟ ସ୍ୱାମୀ କାଳନ୍ଦୀ ମହାନ୍ତିଙ୍କର ମୃତ୍ୟୁ ହୋଇଛି ।

ସ୍ତ୍ରୀ ଶ୍ୱେତ ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣାଟି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ଥାନା ହସିଣା ଗାଁରେ ଘଟିଛି ।

ରବିବାର ଦିନଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାକୁ ନେଇ ଦୁହେଁ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ଦୁହିଁଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନା ଓ ପରେ ଜଗତସିଂହପୁର ଜିଲ୍ଲା ହସ୍ପିଟାଲକୁ ନେଇଥିଲେ।

ସେଠାରେ କାଳନ୍ଦୀଙ୍କର ମୃତ୍ୟୁ ହୋଇଛି। ଶ୍ୱେତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

Comments are closed.