Odisha Link
Bridging the Missing Links in Odisha

ବିଧାୟକଙ୍କ ହ୍ୱାଟସ୍ ଆପ୍ ଗ୍ରୁପରେ ଅଶ୍ଳୀଳ ଭିଡିଓ ସେୟାର କରି ୪ ଅଟକ

ଭୁବନେଶ୍ୱର : ହ୍ୱାଟସ୍ ଆପ୍ ଗ୍ରୁପରେ ଅଶ୍ଳୀଳ ଭିଡିଓ ସେୟାର କରି ୪ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଯଶିପୁର ରେ ଘଟିଛି।

ସୂଚନା ମୁତାବକ, ଏକ ହ୍ୱାଟସ୍ ଆପ୍ ଗ୍ରୁପରେ ଯଶୀପୁର ବିଧାୟକ ଗଣେଶ ରାମ ସିଂଙ୍କୁ ସଦସ୍ୟ ରଖାଯାଇଛି । ଉକ୍ତ ଗ୍ରୁପରେ ସଦସ୍ୟ ଥିବା ଜଣେ ଯୁବକ ଏକ ଅଶ୍ଳୀଳ ଭିଡିଓ ପକାଥିଲେ । ଯାହାକୁ ବିଧାୟକ ଖୁଣ୍ଟିଆ ବିରୋଧ କରିବା ସହ ଏପ୍ରକାର ଭିଡିଓ ପୋଷ୍ଟ କରିବା ଆଇନତଃ ଏକ ଅପରାଧ ବୋଲି ସୂଚାଇ ଗ୍ରୁପର ଆଡମିନ ସଦସ୍ୟଙ୍କୁ ସତର୍କ କରାଇଥିଲେ ।

ହେଲେ ଗ୍ରୁପର ଥିବା କିଛି ସଦସ୍ୟ ଆପତ୍ତିଜନକ ଭିଡିଓକୁ ହଟାଇବା ପରିବର୍ତ୍ତେ ବିଧାୟକଙ୍କ ଉଦେ୍ଧଶ୍ୟରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଫଳରେ ବିଧାୟକ  ଖୁଣ୍ଟିଆ ଯଶିପୁର ଥାନାରେ ଏ ନେଇ ଲିଖିତ ଭାବେ ଜଣାଇଛନ୍ତି ।

ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରି ଖରାପ ମନ୍ତବ୍ୟ ଦେଇଥିବା ୪ ଜଣଙ୍କୁ ଥାନାରେ ଅଟକ ରଖିଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ନିଜ ମୋବାଇଲ ସୁଇଚ ଅଫ ରଖିଥିବା ବେଳେ ଏ ଯାଏ ପୁଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ ।

Comments are closed.