Odisha Link
Bridging the Missing Links in Odisha

ପିଏନବି ଏଟିଏମରୁ ଲୁଟ, ୨ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ପଟିଆ ସ୍ଥିତ ପିଏନ୍‌ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ୨ ଜଣ ଲୁଟେରା ସମରଜିତ୍ ସିଂହ ଓ ଜାଫର ସାଦ୍ଦିକ୍ ଧରା ପଡ଼ିଛନ୍ତି। ସମରଜିତ୍ ସିଂହ ପଞ୍ଜାବ,ଓ ଜାଫର ସାଦ୍ଦିକ୍ କେରଳର ଅଟନ୍ତି। ଉଭୟ ବାଙ୍ଗାଲୋରରେ ରହି ଲୁଟ୍ ଅପରେଟିଂ କରୁଥିଲେ ।

ଭାଇଜାଗରେ ଆଉ ଏକ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ପୁଲିସ ଧରିଛି। ଉଭୟଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ପ୍ରେସ୍‌ମିଟ୍‌ରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ତେବେ ଭୁବନେଶ୍ୱରରୁ ଲୁଟ କରିବା ପରେ ଉଭୟ ଦିଲ୍ଲୀ, ଚଣ୍ଡିଗଡ଼, ବେଙ୍ଗାଲୁରୁ, ଓ ଭାଇଜାଗକୁ ଯାଇଥିଲେ। ଉଭୟ ବାହାର ଅଞ୍ଚଳକୁ ବିନମାନ ଯୋଗେ ଯିବା ଆସିବା କରିବା ସହିତ, ବଡ଼ବଡ଼ ହୋଟେଲରେ ମଧ୍ୟ ରହୁଥିଲେ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମକୁ ଭାଙ୍ଗି ଦୁର୍ବୃତ୍ତ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏଟିଏମରେ ଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା।

Comments are closed.