Odisha Link
Bridging the Missing Links in Odisha

୩ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ

କୋରାପୁଟ: କୋରାପୁଟରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ। କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏହି ନକଲି ନୋଟ୍ ଜବତ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ, କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ନକଲି ନୋଟ୍‌ ରଖିଥିବା ଅଭିଯୋଗରେ କୋରାପୁଟ ନନ୍ଦପୁରର ଯୁବକ ଅନାମ ଖିଲୋକୁ ଗିରଫ କରାଯାଇଛି। ସୁନାବେଡା ଥାନାରେ ଏ ନେଇ ମାମଲା ରୁଜୁ କରିଛି ଏସ୍‌ଟିଏଫ୍‌। ଏହି ମାମଲାର ତଦନ୍ତ ଜାରି ରହିଛି।

Comments are closed.