Odisha Link
Bridging the Missing Links in Odisha

ସିରମ୍ ଇନଷ୍ଟିଚ୍ୟୁଟ୍ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବକୁ ଦେଖି ଦେଶବାସୀ କରୋନା ଟିକାକୁ ଅପେକ୍ଷା କରିଛନ୍ତି । ଏହାକୁ ନଜରରେ ରଖି ସିରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ପ୍ରସ୍ତୁତକୁ ଜୋରଦାର କରିଛି । ସିରମ୍ ଇନଷ୍ଟିଚ୍ୟୁଟ୍ ଯେଉଁ ଟିକା ପ୍ରସ୍ତୁତ କରୁଛି ତାହାର ତଦାରଖ କରିବାକୁ ୨୮ ନଭେମ୍ବର ଦିନ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ ବୋଲି ସୂଚନା ରହିଛି।

ସିରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ନାମକ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଅନ୍ୟପଟେ ଏହି ଟିକା ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ ୟୁନିଭରସିଟି ଓ ଏଷ୍ଟ୍ରୋଜେନିକା ଏହାକୁ ବିଦେଶରେ ପରୀକ୍ଷଣ ସମାପ୍ତ କରିଛନ୍ତି ।

ଏହି ଟିକାକୁ ଅନୁମତି ଦେବାକୁ ସେମାନେ ଇଂଲଣ୍ଡ ନିକଟରେ ଏକ ପ୍ରସ୍ତାବ ରଖିଛନ୍ତି। ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପ୍ରସ୍ତୁତିକୁ ଜୋରଦାର କରିଛି । ଲକ୍ଷ ଲକ୍ଷ ଟିକା ବି ପ୍ରସ୍ତୁତ ହୋଇ ରହିଛି। ଅନୁମତି ମିଳିଲେ ଏହି ଟିକାର ବଜାର ପ୍ରବେଶ ହେବ । ଏହି ପ୍ରସ୍ତୁତିକୁ ଦେଖିବାକୁ ପୁନେ ଠାରେ ଥିବା ସିରମ ଇନଷ୍ଟିଚ୍ୟୁଟରେ ୨୮ ନଭେମ୍ବର ଦିନ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

ଏଥିରେ ବଢୁଥିବା କରୋନା ସଂକ୍ରମଣ ଓ ଟିକାକୁ ନେଇ ଆଲୋଚନା ବି ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ କି ଯଦି କରୋନା ମହାମାରୀର ସମାଧାନ ବାବଦରେ କୌଣସି ମୁଖ୍ୟମନ୍ତ୍ରୀଙ୍କ ପାଖରେ କିଛି ସମାଧାନର ରାସ୍ତାଥାଏ ସେ ତାକୁ ଚିଠି ମାଧ୍ୟମରେ ଜଣାଇପାରିବେ ।

କରେନା ଟିକା ନେଇ ପ୍ରଧାନମନ୍ତ୍ରୀ କହିଥିଲେ କି କିଛି ଲୋକ ଏହି ମାମଲାକୁ ନେଇ ରାଜନୀତି କରୁଛନ୍ତି । ରାଜନୀତି କରିବା ଦ୍ୱାରା ଏହାର ସମାଧାନ ହୋଇପାରିବ ନାହିଁ । ଟିକା ଆସିଲେ ପ୍ରଥମେ କାହାକୁ ପ୍ରାଧାନ୍ୟ ଦିଆଯିବ ସେ ନେଇ ରାଜ୍ୟମାନଙ୍କ ସହିତ ଆଲୋଚନା କରି ନିସ୍ପତ୍ତି ନିଆଯିବ ।

Comments are closed.