Odisha Link
Bridging the Missing Links in Odisha

ସାଇକେଲ ଆରୋହିଙ୍କ ଉପରେ ଚଢିଗଲା କଣ୍ଟେନର

ଭଦ୍ରକ : ସଡ଼କ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଘଟିଛି।
ସୂଚନାଯୋଗ୍ୟ ଯେ, ପାଳଦା ଗାଁର ଅବସରପ୍ରାପ୍ତ ଶିକ୍ଷକ କୌଣସି କାମ ପାଇଁ ଭଣ୍ଡାରୀପୋଖରୀ ବଜାରକୁ ସାଇକେଲରେ ଯାଉଥିଲେ । ଏହି ସମୟ ରେ ଏକ କଣ୍ଟେନର ତାଙ୍କୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ପୋଲିସ ଜବତ କରିଛି । ଗାଡିର ଡ୍ରାଇଭର କୁ ମଧ୍ୟ ପୋଲିସ ଅଟକ ରଖିଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା ।

ସ୍ଥାନୀୟ ଲୋକେ ରାଜପଥରେ ଗାଡି ଅଟକାଇଥିଲେ । ପରେ ଭଣ୍ଡାରୀପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Comments are closed.