Odisha Link
Bridging the Missing Links in Odisha
Daily Archives

January 6, 2021

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟ…

ଭୁବନେଶ୍ୱର: ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ ବୋଲି ସୂଚନା ଦେଇଛନ୍ତି ଡିଏମଇଟି। ତାଙ୍କ ସୂଚନା ଅନୁଯାୟୀ ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନଙ୍କୁ ହିଁ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ୧୦ ଦିନରେ ଟିକା ପହଞ୍ଚିବ। ଟିକା ପହଞ୍ଚିବାର ଦିନେ ଦୁଇ ଦିନ…

ଖୁସି ଖବର: ୨୪ଘଣ୍ଟାରେ ରାଜ୍ୟରେ କେହି ବି…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ଆସିଲା ଖୁସି ଖବର। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ କେହି ପ୍ରାଣ ହରାଇନାହାନ୍ତି। ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭ରେ ସ୍ଥିର ରହିଛି। https://twitter.com/HFWOdisha/status/1346690830459834373 ଏନେଇ ଟ୍ବିଟ୍‌ ଯୋଗେ…

ଆରଏସ୍‌ପିରେ ଗ୍ୟାସ୍‌ ଲିକ୍; ୨ ମୃତ

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ୟାସ ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ…

ଲିଙ୍ଗରାଜରେ ସବୁ ବୟସର ଶ୍ରଦ୍ଧାଳୁଙ୍କୁ…

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ଶ୍ରଦ୍ଧାଳୁଙ୍କ ବୟସ କଟକଣା ଉଠାଇଲା ଭୁବନେଶ୍ବର ମହାନଗର ନିଗମ। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନେଗେଟିଭ୍‌ ଆସିଲେ…

ଆରଏସ୍‌ପିରେ ଗ୍ୟାସ୍‌ ଲିକ୍; ୧୦ ଅସୁସ୍ଥ

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ହୋଇଛି।  କୋଲ୍‌ କେମିକାଲ୍‌ ଡିପାର୍ଟମେଣ୍ଟରେ ଏହି ଗ୍ୟାସ୍‌ ଲିକ୍‌ ହୋଇଛି। ଅସୁସ୍ଥ ୧୦ କର୍ମଚାରୀ ଆଇଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ସକାଳେ ରାଉରକେଲା ଇସ୍ପାତ କାରଖାନାର କୋଇଲା ରାସାୟନିକ ବିଭାଗରେ ଏହି ଦୁର୍ଘଟଣା…

ଦୁଇ ଟନ ଗଞ୍ଜେଇ ଜବତ କଲା ଏସ୍‌ଟିଏଫ୍

ରାୟଗଡ଼ା: ଚାଲାଣ ବେଳେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ରାୟଗଡ଼ା ମୁନିଗୁଡ଼ାରୁ ୨ ଟନ ଗଞ୍ଜେଇ ଜବତ ହୋଇଛି। ଏକ ୧୨ ଚକିଆ ଟ୍ରକରେ ଗଞ୍ଜେଇ ଚାଲଣ ହେଉଥିଲା। ଏସ୍‌ଟିଏଫ୍କୁ ଦେଖି ଚମ୍ପଟ ମାରିଲେ ଡ୍ରାଇଭର ଓ ହେଲପର। କୌଣସି ସୂତ୍ରରୁ କ୍ରାଇମବ୍ରାଞ୍ଚ ଖବର ପାଇ ରେଡ କରିଥିଲା। ଗଞ୍ଜେଇ…

୧୦ରୁ ମାଟ୍ରିକ ଫର୍ମ ପୂରଣ

ଭୁବନେଶ୍ବର: ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଅନଲାଇନରେ ଫର୍ମ ପୂରଣ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନୁ୍ଆରୀ ୧୦ରୁ ଫେବୃଆରୀ ୨ ତାରିଖ ଯାଏଁ ଫର୍ମ ପୂରଣ ଜାରି ରହିବ। ବିନା ଜରିମାନାରେ…

ରାଜ୍ୟରେ ବନ୍ଦ ହେଲା ୩୧ ଘରୋଇ କୋଭିଡ୍‌…

ଭୁବନେଶ୍ବର: ବନ୍ଦ ହେଲ ୩୧ ଘରୋଇ କୋଭିଡ୍‌ ହସ୍ପିଟାଲ। ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା କୋଭିଡ୍‌ ହସ୍ପିଟାଲକୁ ବନ୍ଦ କରାଯାଇଛି। କେବଳ ସମ୍ କୋଭିଡ୍‌ ହସ୍ପିଟାଲ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲକୁ ବାଦ୍ ଦେଇ ଚଳିତ ମାସ ୧ତାରିଖଠାରୁ ଆଉ ଅନ୍ୟ କୌଣସି ଘରୋଇ କୋଭିଡ୍‌ ହସ୍ପିଟାଲରେ…

ଘାଟି ରାସ୍ତାରେ ବୁଲୁଛି କଲରାପତରିଆ ବାଘ

କଳାହାଣ୍ଡି: ଆମପାଣି ଘାଟି ରାସ୍ତାରେ ଖୋଲା ବୁଲୁଛି  କଲରାପତରିଆ ବାଘ। ରାତିରେ ବାଘ ଦେଖି ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି। କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ଆମପାଣି ଘାଟିରେ କଲରାପତରିଆ ବାଘ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ସିଉନି ଗାଁର ଆଲୋକ…

ଇସ୍ରୋ ବୈଜ୍ଞାନିକଙ୍କୁ ବିଷ ଦେଇ ହତ୍ୟା…

ନୂଆଦିଲ୍ଲୀ: ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ସୋସିଆଲ ମିଡ଼ିଆରେ ଅଭିଯୋଗ ଆଣିଲେ ବୈଜ୍ଞାନିକ ତପନ ମିଶ୍ର। ଘଟଣାର ତଦନ୍ତ କେନ୍ଦ୍ର ସରକାର କରନ୍ତୁ ବୋଲି ସେ ଦାବି କରିଛନ୍ତି। ୩ ବର୍ଷ ତଳେ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା। ୨୦୧୭ ମେ ୨୩…