Odisha Link
Bridging the Missing Links in Odisha

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ମୃତ

ବୌଦ୍ଧ: ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ବୌଦ୍ଧ ଜ଼ୀଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଖମରିପଡା ଗାଁରେ ଘଟିଛି। ମୃତ ବଡ଼ ଭାଇ ହେଲେ ନିରଞ୍ଜନ ନାଏକ।

ପୈତୃକ ଜମିର ଭାଗବଣ୍ଟାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ତିକ୍ତତା ବୃଦ୍ଧି ପାଇଥିଲା। ଆଜି ସାନ ଭାଇର ଟାଙ୍ଗିଆ ଚୋଟ ରେ ବଡ଼ ଭାଇ ପ୍ରାଣ ହରାଇଛି।

ତେବେ ଏହି ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ସାନଭାଇ ବିଦ୍ୟାଧର ନାଏକ ବର୍ତ୍ତମାନ ଫେରାର ଥିବା ପୋଲିସ ସୂଚନା ଦେଇଛି।

Comments are closed.