Odisha Link
Bridging the Missing Links in Odisha

ନୂଆପଡ଼ାରେ ଆତଙ୍କ: ଛେଳି ଓ ମେଣ୍ଢାମାନଙ୍କୁ ଝାମ୍ପି ନେଲା ବାଘ

ନୂଆପଡ଼ା: ନୂଆପଡ଼ାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ଛେଳି ଓ ମେଣ୍ଢାମାନଙ୍କୁ ଝାମ୍ପି ନେଉଛି ବାଘ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋମନା ବ୍ଲକର ଭରୁଅମୁଣ୍ଡାରେ। ବୁଧବାର ରାତିରେ ବାଘ ଗାଁରୁ ଛେଳି ଓ ମେଣ୍ଢାମାନଙ୍କୁ ଝାମ୍ପି ନେଇ ଜଙ୍ଗଲରେ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁ ନିକଟ ଜଙ୍ଗଲର ନିର୍ଦ୍ଦିଷ୍ଟ ସ୍ଥାନରେ ମୃତ ଛେଳି ଓ ଗାଈର ଚର୍ମ ପଡ଼ିଥିବା ଦେଖିବାକୁ ମିଳିଛି।

ଗାଁର ନବୀନ ମାଝି ଓ ଡୋଲାମଣି ମାଝୀଙ୍କ ଛେଳି ଏବଂ ଗାଈକୁ ବାଘ ଝାମ୍ପି ନେଇଛି। ଗ୍ରାମବାସୀ ବାଘକୁ ଦେଖିନଥିବା ବେଳେ ଚିତା ବାଘ ଆସି ଛେଳି, ମେଣ୍ଢା ଓ ଗାଈକୁ ମାରିଥିବା ସନ୍ଦେହ କରୁଛନ୍ତି। ବନ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛି।

Comments are closed.