Odisha Link
Bridging the Missing Links in Odisha

ଭାରତ-ପାକ୍‌ ସୀମାରେ ଗୁପ୍ତ ସୁଡ଼ଙ୍ଗ ଠାବ

ନୂଆଦିଲ୍ଲୀ: ଭାରତ-ପାକ୍‌ ସୀମାନ୍ତରେ ଠାବ ହୋଇଛି ଏକ ଗୁପ୍ତ ସୁଡଙ୍ଗ। ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ପାକିସ୍ତାନ ଦ୍ୱାରା ନିର୍ମିିତ ହୋଇଥିବା ଏକ ଗୁପ୍ତ ସୁଡ଼ଙ୍ଗକୁ ଠାବ କରିଛନ୍ତି। ଗୁପ୍ତ ସୁଡ଼ଙ୍ଗ ଠାବ ପରେ ପାକିସ୍ଥାନର ଅସଲ ମୁଖା ସାମ୍ନାକୁ ଆସିଛି। ପାକ୍‌ ଆଇଏସ୍‌ଆଇ ଏହି ଗୁପ୍ତ ସୁଡ଼ଙ୍ଗ ଦେଇ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟ ରଖିଥିଲା।

ବିଏସଏଫର ୧୭୩ ବାଟାଲିୟନର ଆଣ୍ଟି-ଟନେଲିଂ ପାର୍ଟି ଜମ୍ମୁ ଅଞ୍ଚଳର କାଥୁଆ ଜିଲ୍ଲା ଅନ୍ତର୍ଗତ ଭାରତୀୟ ପାର୍ଶ୍ୱରେ ଏହି ସୁଡ଼ଙ୍ଗକୁ ଠାବ କରିଛି। ଭାରତୀୟ ପାର୍ଶ୍ୱରେ ଥିବା ସୁଡ଼ଙ୍ଗର ପ୍ରସ୍ଥାନ ଦ୍ୱାର ‘ମେଡ ଇନ୍‌ ପାକିସ୍ତାନ’ ବାଲୁକା ବ୍ୟାଗ (ସୋର୍ସଡ୍‌) ଦ୍ୱାରା ନିର୍ମିତ ହୋଇଛି।

ସୁଡ଼ଙ୍ଗକୁ ଠାବ ପରେ ସୀମା ସୁରକ୍ଷା ବଳ ଜାତୀୟ ସୁରକ୍ଷା ପ୍ରତିଷ୍ଠାନକୁ କହିଛନ୍ତି ଯେ, ଏହି ସୁଡ଼ଙ୍ଗଟି ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ପାକିସ୍ତାନୀ ସେନାର ଏକ ବୃତ୍ତିଗତ ଇଞ୍ଜିନିୟରିଂ ପ୍ରୟାସ ଥିଲା। ଏହି ସୁଡ଼ଙ୍ଗ ମଧ୍ୟକୁ ପ୍ରବେଶ ଦ୍ୱାର ଶୂନ୍ୟ ଲାଇନ (ଜିରୋ ଲାଇନ) ଠାରୁ ପ୍ରାୟ ୩୦୦ ଫୁଟ ଦୂରରେ ଭାରତୀୟ ପାର୍ଶ୍ୱରେ ଥିବା ବାଡ଼ଠାରୁ ପ୍ରାୟ ୬୫ ଫୁଟ ଦୂରରେ ରହିଥିଲା। ସୀମା ସୁରକ୍ଷା ବଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୩ ଫୁଟ ଚଉଡା ବିଶିଷ୍ଟ ଏହି ସୁଡ଼ଙ୍ଗ ୨୫ ରୁ ୩୦ ଫୁଟ ଗଭୀରତାରେ ନିର୍ମିତ ହୋଇଥିବା

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ନଭେମ୍ବର ମାସରେ ପାକ୍‌ ନିର୍ମିତ ଏହପରି ଆଉ ଏକ ଗୁପ୍ତ ସୁଡ଼ଙ୍ଗକୁ ସୀମାନ୍ତରେ ଖୋଜି ବାହାର କରିଥିଲା ଭାରତୀୟ ବିଏସ୍‌ଏଫ୍‌।

Comments are closed.