Odisha Link
Bridging the Missing Links in Odisha

୨୦୯୫ରେ କଳାହାଣ୍ଡି ଆସିଥିଲି: କୁନା ତ୍ରିପାଠୀ

ଭୁବନେଶ୍ୱର: ୨୦୯୫ରେ କଳାହାଣ୍ଡି ଆସିଥିଲେ କୁନା ତ୍ରିପାଠୀ। କଳାହାଣ୍ଡିରେ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମେଗା ଶୋ’ ଆୟୋଜନ କରାଯାଇଥିଲା। ସେଠାରେ ସେ ଏହା କହିଥିଲେ ମୁଁ ୨୦୯୫ରେ କଳାହାଣ୍ଡି ଆସିଥିଲି। ସମସ୍ତଙ୍କୁ ଫ୍ୟୁଜ କରୁଥିବା କୁନା ତ୍ରିପାଠୀ ନିଜେ ଫ୍ୟୁଜ ହୋଇଛନ୍ତି।

ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ । କରୋନା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ସାଧାରଣ ସଭାରେ ଯୋଗ ଦେଇ ଥିଲେ। ମକର ସଂକ୍ରାନ୍ତି ଅବସରରେ କଳାହାଣ୍ଡି ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୮୫ କୋଟି ଟଙ୍କାର ଭେଟି ଦେଇଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ୫୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ପ୍ରକଳ୍ପରେ ମାଳ ମାଳ ଦଳୀୟ କର୍ମୀ ଓ ନେତାଙ୍କ ସହ ବିଜେଡିରୁ ପ୍ରାୟ ୮୦ ଜଣ ବିଧାୟକ ଯୋଗ ଦେଇଥିଲେ। ନାଚ, ଗୀତ ଭାଷଣ ବାଜିରେ ମଞ୍ଚ ଦୁଲୁକୁଥିଲା।

Comments are closed.