Odisha Link
Bridging the Missing Links in Odisha

ନାଳରେ ବୁଡ଼ି ଦୁଇ ଶିଶୁକନ୍ୟା ମୃତ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଟିଟିଲାଗଡ଼ ହାଟପଡ଼ା ନିକଟ ନାଳରେ ଗାଧୋଉଥିବା ବେଳେ ୨ ଜଣ ଶିଶୁ ବୁଡି ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଜଣେ କୁନି ମୃତ ଝିଅକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଶିଶୁକୁ ଖୋଜାଖୋଜି କରିଥିଲା। କିଛି ସମୟ ପରେ ଦ୍ଵିତୀୟ ଶିଶୁକୁ ଉଦ୍ଧାର କରାଯାଇ ଟିଟିଲାଗଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି। ମୃତକ ଦୁଇ ଶିଶୁ ହେଲେ ସରୋଜ ପାଢୀଙ୍କ ଝିଅ ଶ୍ରଦ୍ଧା ପାଢ଼ୀ ଓ ଅଶୋକ ରଥଙ୍କ ଝିଅ ରାକ୍ଷୀ ରଥ।

Comments are closed.