ହରିଣ ଛାଲ ଓ ବଜ୍ରକାପ୍ତା ଖୋଳ ଜବତ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡରୁ ଗୋଟେ ହରିଣ ଛାଲ, ୭ଟି ବଜ୍ରକାପ୍ତା ଖୋଳ ଓ ବାଇକ ଜବତ। ଗତକାଲି ସନ୍ଧାରେ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ଢ଼େଙ୍କାନାଳ ବନଖଣ୍ଡ ବିଭାଗ ।
ଅଭିଯୁକ୍ତମାନେ ହେଲେ ନିହାଲ ପ୍ରସାଦ ଥାନା କରଡାବାଣୀ ଗ୍ରାମର ବଳରାମ ସାହୁ ,ସଞ୍ଜୟ ହୋତା,ଗଡ଼ ଖାଙ୍କିରା ଗ୍ରାମର କୁନା ସାହୁ,ଟୋଲରପଶି ଗ୍ରାମର ବଙ୍ଗାଳି ଦେହୁରୀ ବୋଲି ଢେଙ୍କାନାଳ ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଅଭିଯୁକ୍ତ ହରିଣଛାଲ ଓ ବଜ୍ରକାପ୍ତା ଖୋଳ ନେଇ ଯାଉଥିବା ବନ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇଥିଲେ। ଏହାପରେ ବଳରାମ ସାହୁ, ସଞ୍ଜୟ ହୋତା, କୁନା ସାହୁ ଓ ବଙ୍ଗାଳି ଦେହୁରୀଙ୍କୁ ଢ଼େଙ୍କାନାଳ ବନଖଣ୍ଡରୁ କାବୁ କରିଥିଲେ।