Odisha Link
Bridging the Missing Links in Odisha

ଓଡ଼ିଶାର ୩ଟି ଗାଁର ନାମ ବଦଳାଉଛି ଆନ୍ଧ୍ର

କୋରାପୁଟ: କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ପାଇଁ ଯୋଜନା କରୁଛି ପଡୋଶୀ ରାଜ୍ୟ ଆନ୍ଧ୍ର। ଗାଁ ଗୁଡ଼ିକର ନୂଆ ନାଁ ହେଲା ଗଂଜେଇବାଦରା, ପଟୁଚେନୁରୁ, ପଗୁଲୁଚେନୁରୁ। ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ୧୩ ଓ ୧୭ ତାରିଖରେ ନିର୍ବାଚନ କରିବାକୁ ତାରିଖ ଘୋଷଣା ହୋଇଛି । ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ।

ତେବେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମାକୁ ନେଇ ଅନେକ ଦିନ ହେବ ଚାଲିଛି ବିବାଦ। ଅନେକଥର ସମାଧାନ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇ ନାହିଁ।

Comments are closed.