Odisha Link
Bridging the Missing Links in Odisha

ଚଳନ୍ତା ବସ୍‌ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୩୨ଜଣ ଓଡ଼ିଆ ଶ୍ରମିକ

ବିଶାଖାପଟ୍ଟନମ: ଚଳନ୍ତା ବସ୍‌ରେ ନିଆଁ। ଆନ୍ଧ୍ରପ୍ରଦେଶ ବିଶାଖାପଟ୍ଟନମ୍‌ ନିକଟରେ ଘଟିଛି ଏହି ଅଘଟଣ। ‌ଅଗ୍ନିକାଣ୍ଡରେ ଅଳ୍ପକେ ବର୍ତ୍ତିଗଲେ ୩୨ ଜଣ ଓଡ଼ିଆ ଶ୍ରମିକ। ବସ୍‌ଟି ଓଡ଼ିଶାରୁ ଗୋଆ ଅଭିମୁଖେ ଯାଉଥିଲା ବସ୍।

ସୂଚନା ମୁତବାକ, ଗତ ମଙ୍ଗଳବାର ଅପରାହ୍ନ ୪ଟା ବେଳେ ବିଶାଖାପାଟନମ୍‌ ନିକଟ ପାୟକରାଓପେଟ୍ଟ ୫ନଂ ଜାତୀୟ ରାଜପଥରେ ଏହି ଅଘଟଣ ଘଟିଥିଲା। ବସ୍‌ରୁ ହଠାତ୍‌ ଧୂଆଁ ବାହାରିଥିଲା। ବସ୍‌ ଡ୍ରାଇଭର ଏକଥା ଜାଣିବା ପରେ ତୁରନ୍ତ ଗାଡିକୁ ରାସ୍ତାକଡ଼ରେ ଅଟକାଇଥିଲେ। ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବାକୁ କହିଥିଲେ। ଯାହାଫଳରେ ବସ୍‌ରେ ଥିବା ୩୨ଜଣ ଯାତ୍ରୀ ସୁରକ୍ଷିତରେ ବାହାରିଥିଲେ।

ଘଟଣା ସଂପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ବସ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ଜଳି ସାରିଥିଲା। ସର୍ଟ ସର୍କିଟ ଯୋଗୁ ବସ୍‌ରେ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.