ହମ୍ପସରେ ଛିଟିକି କାର୍ ଆଗରେ ପଡ଼ିଲେ ସ୍କୁଟି ଚାଳକ

ବାଲିପାଟଣା : ଘନ କୁହୁଡ଼ି କାରଣରୁ କାର ଆଗକୁ ଆସି ଗଲେ ସ୍କୁଟି ଚାଳକ। କାରଟି ତାଙ୍କ ଗୋଡ଼ରେ ଚଢ଼ି ଯାଉଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହାତ ହେଲେ ସରୋଜ କାନ୍ତ ଆଚାର୍ଯ୍ୟ। ଏହି ଦୁର୍ଘଟଣାଟି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଗାରେଡିପାଞ୍ଚଣ ଛକ ଠାରେ ଦୁର୍ଘଟଣା ଘଟିଛି ।
ପ୍ରକାଶ ଯେ, , ସରୋଜକାନ୍ତ ନିଜ ସ୍କୁଟି ନମ୍ବର ଓଡି ୦୨ ଏକେ ୫୫୭୯ରେ କୌଣସି କାମରେ ଭୁବନେଶ୍ୱର ଅଭିମୁଖେ ଆଜି ସକାଳୁ ଯାଉଥିଲେ। କୁହୁଡ଼ିରେ ରାସ୍ତା ଠିକ ଭାବେ ଦେଖାଯାଉନଥିଲା। ତେଣୁ ଗାରେଡିପାଞ୍ଚଣ ଛକ ନିକଟ ହମ୍ପସରେ ଦୁର୍ଘଟଣାର ଶିକାର ହୋଇଥିଲେ।
ସେହି ସମୟରେ କାର ସେହି ଦିଗରେ ଯାଉଥିଲା। କୁହୁଡ଼ି ହେତୁ କାର ଚାଳକ ମଧ୍ୟ ଜାଣି ପାରି ନ ଥିଲେ। ଫଳରେ ସରୋଜଙ୍କ ଗୋଡ଼ରେ କାର ଚଢି ଯାଇଥିଲା। ଦୁର୍ଘଟଣାରେ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଛି।ଗୋଡ଼ରେ ମଧ୍ୟ ଗୁରତର ଆଘାତ ଲାଗିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଏବଂ କାର ଚାଳକ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି।
Comments are closed.