Odisha Link
Bridging the Missing Links in Odisha

ସରକାର କାହିଁକି ବାଲିନୀତି ଆଣୁ ନାହାନ୍ତି: ବିଜେପି

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର  ଅଷ୍ଟମ ଦିବସ। ବାଲି ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ।

ସରକାର କାହିଁକି ବାଲିନୀତି ଆଣୁନାହାନ୍ତି ବୋଲି ପ୍ରଶ୍ନ କଲା ବିଜେପି। ବାଚସ୍ପତି ମଧ୍ୟ ଉଦ୍‌ବେଗ ପ୍ରକାଶ ସହ ବାଲି ନୀତିକୁ ନେଇ ପ୍ରଶ୍ନ କଲେ। ଗୃହରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଲେ ରାଜସ୍ବ ମନ୍ତ୍ରୀ।

ରାଜସ୍ବ ମନ୍ତ୍ରୀ କହିଛନ୍ତି, ବିଦେଶକୁ ବାଲି ଚାଲାଣ ହେଉନାହିଁ। କେବଳ ୨/୩ଟି ରାଜ୍ୟକୁ ବାଲି ଦିଆ ଯାଉଛି। ଖୁବ୍‌ଶୀଘ୍ର ସ୍ବତନ୍ତ୍ର ବାଲି ନୀତି ଆଣା ଯିବ ।

ଗତକାଲି ବିଜେପି ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇନଥିଲା । ଆଜି ସେହି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ଆଜିର ଧିବେଶନରେ ସୀମା ବିବାଦ ଓ ଧାନମଣ୍ଡି ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି।

ପ୍ରକାଶ ଯେ, ୨୦୨୧-୨୨ ସାଧାରଣ ବଜେଟ୍ ଉପରେ ଆଲୋଚନା କରି ବିରୋଧୀ ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟର ଋଣଭାର ୧ ଲକ୍ଷ ୫ ହଜାର କୋଟିରେ ପହଞ୍ଚିଥିଲେ ମଧ୍ୟ ସରକାର ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ପ୍ରସ୍ତୁତ କରି ନିଜର ପାରିବା ପଣିଆ ଜାହିର କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ।

ଅପରପକ୍ଷେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଥିଲା। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଓଡ଼ିଆ ଶିକ୍ଷିତ ଯୁବକଯୁବତୀଙ୍କୁ ଚାକିରି ମିଳୁନାହିଁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଥିଲେ।

Comments are closed.