ବିପୁଳ ଚୋରା ମଦ ଜବତ, ଜଣେ ମହିଳାଙ୍କ ସମେତ ୪ ଗିରଫ

ରାଇରଙ୍ଗପୁର: ବହଳଦା ଥାନାଠାରୁ ଅଳ୍ପ ଦୂରରେ ଥିବା ଏକ ଢ଼ାବାରେ ଦୀର୍ଘ ଦିନରୁ ବେଆଇନ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା ।
ବୁଧବାର ଅବକାରୀ ବିଭାଗ ଚନ୍ଦନ ଢ଼ାବାରେ ଚଢ଼ାଉ କରି ୩୧ ଲିଟର ବିଅର, ପ୍ରାୟ ୫ ଲିଟର ବିଦେଶୀ ମଦ ସହିତ ମାଲିକ ଚନ୍ଦନ ସାହୁଙ୍କୁ ଗିରଫ କରିଛି।
ସେହିପରି ଆଉ ଏକ ଢ଼ାବାରେ ଚଢ଼ାଉ କରି ୧୫.୬ ଲିଟର ବିଅର, ୧.୫ ଲିଟର ବିଦେଶୀ ମଦ ସହିତ ବେଆଇନ୍ କାରବାର କରୁଥିବା ରଞ୍ଜିତ ସାହୁଙ୍କୁ ଗିରଫ କରିଛି।
ତିରିଙ୍ଗ ଥାନା ସୁରୁଦା କାଶୀପୁରରୁ ୩.୬ ଲିଟର ବିଦେଶୀ ମଦ ସହିତ ଚମ୍ପାମଣି ହେମ୍ବ୍ରମ ଓ ପଟମବେଡା ରୁ ୨୦ ଲିଟର ଦେଶୀ ମଦ ସହିତ ଶ୍ୟାମ ଚରଣ ହେମ୍ବ୍ରମଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଦିନ କୁ ଦିନ ବିଭିନ୍ନ ହୋଟେଲ, ଢ଼ାବା ଆଦିରେ ଚୋରା ମଦ କାରବାର ବୃଦ୍ଧି ପାଉଥିଲା ବେଳେ ଅବକାରୀ ବିଭାଗର ଘନ ଘନ ଚଢ଼ାଉକୁ ସାଧାରଣରେ ପ୍ରସଂସା କରାଯାଇଛି ।
Comments are closed.