Odisha Link
Bridging the Missing Links in Odisha

ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ପୁଅ ରୋନିତ୍

ଭୁବନେଶ୍ୱର: ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ପୁଅ ରୋନିତ୍। ନ୍ୟାସନାଲ୍‌ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ଟପ୍ପର ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ୍ ରଞ୍ଜନ ନାୟକ।

ରୋନିତ୍‌ ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରି ସେନାବାହିନୀରେ କ୍ୟାରିୟର କରିବାକୁ କୋହ୍ଲାପୁରସ୍ଥିତ ଆର୍ମଡ୍ ଫୋର୍ସେସ୍ ପ୍ରିପାରେଟୋରୀ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଉଥିଲେ।

ସଫଳତା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ, ବାପା-ମା ଏବଂ ନିଜ ପ୍ରଶିକ୍ଷକଗଣଙ୍କୁ ଶ୍ରେୟ ଦେଇଛନ୍ତି ରୋନିତ୍। ସେ କହିଛନ୍ତି, ମୁଁ କେବେ ବି ପ୍ରଥମ ହେବି ବୋଲି ଆଶା କରି ନ ଥିଲି। ହେଲେ ବହୁ ପରିଶ୍ରମ ପରେ ଏହି ସଫଳତା ପାଇଛି। ବହୁତ ପଢ଼ିବାକୁ ପଡ଼ିଛି। ଟାଇମ୍‌ ଟେବୁଲ ଫଲୋ କରିବାରୁ ସଫଳତା ପାଇପାରିଛି।

ଏଥିସହ ଆଗକୁ ଏଭିଏସନ୍ ଓ୍ୱିଙ୍ଗରେ ଜଏନ୍ କରି ଫାଇଟର ପାଇଲଟ୍ ହେବାର ଆଶା ରଖିଥିବା ନେଇ କହିଛନ୍ତି ରୋନିତ୍। ରୋନିତ୍‌ଙ୍କ ବାପା ରଶ୍ମିରଞ୍ଜନ ନାୟକ ଗୋଆସ୍ଥିତ ନୌସେନା ବିମାନ ବନ୍ଦର ଆଇଏନ୍ଏସ୍ ହଂସରେ ମାଷ୍ଟର ଚିଫ୍ ପେଟି ଅଫିସର ଅଛନ୍ତି।

Comments are closed.