Odisha Link
Bridging the Missing Links in Odisha

କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା କ୍ଷଣୀ ଆୟତ୍ତ କରାଯାଇଛି। କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନରୁ ଜଣାପଡ଼ିଛି। ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି।

ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ଶିଶୁଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ନିଆଁ ଲାଗିଥିଲା। ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ନ୍ୟୁ ବର୍ଣ୍ଣ ୱାର୍ଡର ୱାର୍ମର୍ ଲାଇଟର ହୋଲଡରରେ ସର୍ଟସର୍କିଟରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ସେହି ନିଆଁ ଧୀରେ ଧୀରେ ୱାର୍ଡର ଅନ୍ୟ ସ୍ଥାନକୁ ନିଆଁ ବ୍ୟାପୀ ଯାଇଥିଲା।

ଏହି ସମୟରେ ୱାର୍ଡରେ ଥିବା ସମସ୍ତ ୨୦ ଜଣ ଶିଶୁଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏଥିରେ ୱାର୍ଡ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇ ଯାଇଥିଲା।

Comments are closed.