Odisha Link
Bridging the Missing Links in Odisha

ଚୈତ୍ର ମେଳା ପାଇଁ ଗାଇଡଲାଇନ୍ ଜାରି

ବ୍ରହ୍ମପୁର: ତାରା ତାରିଣୀଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ଚୈତ୍ର ମେଳାକୁ ଗାଇଡଲାଇନ୍ ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡଲାଇନ୍‌ ମୁତାବକ, କେବଳ ଗଞ୍ଜାମ ଜିଲ୍ଲା ଲୋକଙ୍କୁ ଚୈତ୍ର ମେଳା ଯିବାକୁ ଅନୁମତି ମିଳିବ।

ଜିଲ୍ଲା ବାହାରର କୌଣସି ଲୋକଙ୍କୁ ମନ୍ଦିରକୁ ଆସିବା ଉପରେ ରୋକ ଲଗାଯାଇଛି। ମୁଣ୍ଡନ ସ୍ଥଳକୁ ୬୦ ବର୍ଷରୁ ଅଧିକ ଲୋକ ଯିବାକୁ ବାରଣ ହୋଇଛି। ଘାଟି ରାସ୍ତାରେ ଚାଲି ଚାଲି ମନ୍ଦିର ଯିବା ମନା ହୋଇଥିବା ବେଳେ ନିର୍ଦ୍ଧାରିତ ବସରେ ଲୋକମାନେ ମେଳାକୁ ଯାଇପାରିବେ। ଏହା ସହ ଉପରବେଢାରେ ଖାଦ୍ୟ ବଣ୍ଟନ ଓ ଖାଇବା ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।

Comments are closed.