Odisha Link
Bridging the Missing Links in Odisha

XIMBରୁ ୪୫ ଜଣ ପଜିଟିଭ୍‌ ଚିହ୍ନଟ: ଏସଆରସି

ଭୁବନେଶ୍ୱର: ପୁଣି ଘାରିଲାଣି କରୋନା ଭୟ। ରାଜଧାନୀ ଭୁବନେଶ୍ବରରେ ଥିବା XIMB ଘରୋଇ ଶିକ୍ଷାନୁଷ୍ଠାନରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। କରୋନା ଆକ୍ରାନ୍ତ ଚିହ୍ନଟ ପରେ ସମସ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିଂର ସନ୍ଧାନ ଚାଲିଛି।

ଅନ୍ୟପକ୍ଷରେ ଉକ୍ତ ଅନୁଷ୍ଠାନରେ ବହୁ ସଂଖ୍ୟାରେ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ବିଏମସି ପକ୍ଷରୁ ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ କରାଯାଇଛି। ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ବାହାରକୁ ଆସିବାକୁ ବାରଣ କରାଯାଇଛି। ତେବେ ଭିତରେ ଥିବା ବ୍ୟକ୍ତି ତଥା ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ବିଏମସି ଯୋଗାଇବ।

କେବଳ ବିଏମସି କର୍ମଚାରୀଙ୍କୁ କ୍ୟାମ୍ପସ ଭିତରକୁ ଯିବାକୁ ଅନୁମତି ମିଳିଛି। ଶିକ୍ଷାନୁଷ୍ଠାନର ସବୁ ଛାତ୍ର ଓ ଶିକ୍ଷକଙ୍କ ଆଜି କୋଭିଡ ଟେଷ୍ଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହେଷ୍ଟଲ ରୁମରେ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ଆସନ୍ତକାଲି ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ପୁଣି ଥରେ ସରପଞ୍ଚ, ଓ୍ୱାର୍ଡ ମେମ୍ବର, ଆଶାକର୍ମୀ ଓ ଅଙ୍ଗନବାଡିଙ୍କୁ ଦାୟିତ୍ୱ ଦିଆଯିବ। ସେମାନେ ଗାଁକୁ ବହାରରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ। ଗାଁର କୋଭିଡ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ। ବ୍ୟବସାୟିକ ପ୍ରତିଷ୍ଠାନ ଓ ମଲରେ କଡ଼ାକଡ଼ି ନିୟମ ପାଳନ ଉପରେ ନଜର ରଖିବାକୁ DG ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ଦେଖି ଲକ୍‌ଡାଉନ୍‌ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ।

Comments are closed.