Odisha Link
Bridging the Missing Links in Odisha

ଭିସୁଟରେ ଅଫ୍‌ଲାଇନ୍ ପରୀକ୍ଷା ବାତିଲ

ବୁର୍ଲା: ଭିସୁଟରେ ଅଫ୍‌ଲାଇନ୍ ପରୀକ୍ଷା ବାତିଲ। ଅନ୍‌ଲାଇନ୍‌ ଜରିଆରେ ହେବ ସମସ୍ତ ଶ୍ରେଣୀର ପରୀକ୍ଷା। ଆସନ୍ତା ୧୭ରୁ ଅନଲାଇନରେ ହେବ ପାଠପଢା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।

ଅଫ୍‌ଲାଇନ୍ ପରୀକ୍ଷା ବନ୍ଦ କରିବାକୁ ଗତ ୧୦ ତାରିଖରେ ଛାତ୍ରଛାତ୍ରୀ ବିକ୍ଷୋଭ କରିଥିଲେ। ଭିସୁଟରେ ବହୁ ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧ୍ୟାପକ ଓ କର୍ମଚାରୀ ମାନେ କରୋନା ସଂକ୍ରମଣର ଶିକାର ହେଉଛନ୍ତି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ରେକ୍ ଲଗାଇବାକୁ ଭିସୁଟ କୁଳପତି ବି. ବି. ପତି ଅଫ୍‌ଲାଇନ୍ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.