Odisha Link
Bridging the Missing Links in Odisha

କରୋନାରୁ ମୁକ୍ତି ପାଇଁ ସରକାରୀ ଡାକ୍ତରଖାନାରେ ହୋମଯଜ୍ଞ, ଦେଖନ୍ତୁ ଭିଡିଓ

ଡାକ୍ତରଖାନା ବାହାରେ ଆମ୍ବୁଲାନ୍ସର ସାଇରନ୍‌ ଧ୍ବନୀ ବାଜୁଥିବା ବେଳେ ମେଡିକାଲ ଭିତରୁ ଶୁଭୁଛି ମନ୍ତ୍ର ଧ୍ବନୀ

ସୁରଟ: ଗୁଜୁରାଟର ଅଣାୟତ୍ତ କରୋନା ସ୍ଥିତି। ଏପରିକି ଡାକ୍ତରଖାନା ବାହାରେ ଆମ୍ବୁଲାନ୍ସର ସାଇରନ୍‌ ଧ୍ବନୀ ବାଜୁଥିବା ବେଳେ ମେଡିକାଲ ଭିତରୁ ଶୁଭୁଛି ମନ୍ତ୍ର ଧ୍ବନୀ। ଏକଥା ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ୍‌ ସତ।

ଦିନକୁ ଦିନ ଗୁଜୁରାଟର ସୁରଟ ସହରରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏପରିକି ଗୁଜୁରାଟର କୋଭିଡ ଡାକ୍ତରଖାନାରେ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ମଧ୍ୟ ନାଇଁ। ଯାହାଫଳରେ ପଜିଟିିଭ ଆକ୍ରାନ୍ତ ଆମ୍ବୁଲାନ୍ସ ମଧ୍ୟରେ ଚିକିତ୍ସିତ ହେଉଥିବା ଫଟୋ କିଛି ଦିନ ତଳେ ସୋସିଆଲ ମିିଡିଆରେ ଖୁବ୍‌ ଭାଇରାଲ ହେଉଥିଲା। ଏବେ ଆଉ ଏକ ଖବର ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଗୁଜୁରାଟର ଦକ୍ଷିଣ ଭାଗରେ ଥିବା ସବୁଠୁ ବଡ଼ ସରକାର ଡାକ୍ତରଖାନାରେ ଏକ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଡାକ୍ତରଖାନା ପରିସରରେ ଆର୍ଯ୍ୟ ସମାଜର ସଦଦ୍ୟ ମାନେ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ହୋମଯଜ୍ଞ କରି ପ୍ରାର୍ଥନା କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଏପରିକି ଆର୍ଯ୍ୟ ସମାଜର କିଛି ସଦସ୍ୟ କହିଛନ୍ତି ଯେ, ସିଭିଲ ମେଡିକାଲର ଆଡମିନିଷ୍ଟ୍ରେସନ୍‌ ପକ୍ଷରୁ ଡକାଯାଇଥିଲା। ମଙ୍ଗଳବାର ଦିନ ଆର୍ଯ୍ୟ ସମାଜର ସଭାପତି ଉମାଶଙ୍କର ଆର୍ଯ୍ୟ ସୂଚନା ଦେଇ କହିଥିଲେ ଯେ, ଆମେ ରାମନାଥ ଘେଲା ଓ କୁରୁକ୍ଷେତ୍ର ଶଶ୍ମାନରେ ଏଭଳି ଯଜ୍ଞ କରିଥିଲୁ। ଆମକୁ ଏନସିଏଚ୍‌ ଡିନ୍‌ ଠିକ୍‌ ଏଭଳି ପୂଜା କରିବା ପାଇଁ ଡାକିଥିଲେ ବୋଲି ଉମାଶଙ୍କର କହିଛନ୍ତି।

ଅପରପକ୍ଷେ ମେଡିକାଲର ଡିନ୍‌ କହିଛନ୍ତି ଯେ, ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂପର୍କୀୟ ମାନଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି। ଚିନ୍ତା ଭିତରେ କିଛି ଖୁସି ଦେବା ପାଇଁ ସଙ୍ଗୀତ ପୋଗ୍ରାମ କରିବାକୁ ଅନୁମତି ଦେଇଥିଲି। ହେଲେ ସେମାନେ ଯଜ୍ଞର ଯୋଜନା କରିଥିଲେ। ତାହାର ସୂଚନା ମୋ ପାଖରେ ନଥିଲା ବୋଲି ଡିନ୍‌ ଗଣମାଧ୍ୟମ ସାମ୍ନାରେ ସ୍ପଷ୍ଟୀକରଣ ରଖିଛନ୍ତି।

Leave A Reply

Your email address will not be published.