କରୋନାକୁ ମାତ୍ ଦେଲେ ସୋନୁ ସୁଦ୍

ମୁମ୍ବାଇ: କରୋନାକୁ ମାତ୍ ଦେଲେ ଅଭିନେତା ତଥା ରିଅଲ ହିରୋ ସୋନୁ ସୁଦ। କରୋନା ଆକ୍ରାନ୍ତ ହେବା ପରେ ଏବେ ସୋନୁଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସୋନୁ ଏପ୍ରିଲ୍ ୧୭ ତାରିଖରେ କରୋନା ଆକ୍ର୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।
ସେ ୧୦ ପୁର୍ବକରୋନାରୁ ହିଁ ଟିକା ନେଇଥିଲେ । ତେବେ ନେଗେଟିଭ୍ ଆସିବା ପରେ ସେ ଏବେ ନିଜକୁ ଆଇସୋଲେଟ୍ କରିଛନ୍ତି ଏବଂ ରେଷ୍ଟ ନେଉଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ନିଜ ଫଟୋ ସେୟାର କରି କରୋନା ନେଗେଟିଭ୍ ହେବା ନେଇ କହିଛନ୍ତି।
ସୋନୁ କରୋନା ନେଗେଟିଭ୍ ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି । କମେଣ୍ଡ ଜରିଆରେରେ ଫ୍ୟାନ୍ସ ମାନେ କହିଛନ୍ତି ଯେ, “ବଧାଇ ହୋ ସାର୍”। ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି ଯେ, “ଗଡ୍ ଇଜ୍ ବ୍ୟାକ୍ ”।