Odisha Link
Bridging the Missing Links in Odisha

ଲଜ୍ଜା: ୭୦ ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

ଢେଙ୍କାନାଳ: ୭୦ ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି ଜିଳ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ୨ ଜଣ ଦୁର୍ବୁତ୍ତ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

ଜିଳ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୃଦ୍ଧାଙ୍କୁ ଡାକି ନେଇ ଗଣ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଗଁଦିଆ ଅଞ୍ଚଳର ପିଡୀତାଙ୍କ ଅଭିଯୋଗ ଅନୁସାରେ ୨ ଜଣକୁ ଅଟକ ରଖିଛି ପୋଲିସ।

ମେଡିକାଲରେ ଚିକିତ୍ସାଧୀନ ନାତୁଣୀ ପାଖରେ ଥିଲେ ବୃଦ୍ଧା। ମଙ୍ଗଳବାର ରାତିରେ ତାଙ୍କୁ ଡାକିନେଇ ଗଣ ଦୁଷ୍କର୍ମ କରିଥିଲେ ୨ ଯୁବକ। ଦକ୍ଷିଣକାଳୀ ବଧି ପୋଖରୀ ନିକଟରେ ଗଣଦୁଷ୍କର୍ମ କରିଥିଲେ। ୨ ଜଣ ଦୁର୍ବୁତ୍ତଙ୍କ ମଧ୍ୟରୁ ଜଣେ ହସ୍ପିଟାଲ ଠିକା କର୍ମଚାରୀ ଥିବା ସୂଚନା ମିଳିଛି।

Leave A Reply

Your email address will not be published.