Odisha Link
Bridging the Missing Links in Odisha

ଅମାନିଆ ହେଲେ ଲକ୍‌ଡାଉନ ଓ ସଟଡାଉନ!

ଭୁବନେଶ୍ବର: ଅମାନିଆ ହେଲେ ହୋଇପାରେ ଲକ୍‌ଡାଉନ ଓ ସଟଡାଉନ। ଅମାନିଆଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁଠି ଲୋକ ଅମାନିଆ ହେବେ କିମ୍ବା ଭିଡ ହେବ ସେଠାରେ କଡା ପଦକ୍ଷେପ ନିଆଯାଇପାରେ। ସେଭଳି ଜାଗାରେ ଲକ୍‌ଡାଉନ ଓ ସଟଡାଉନ୍‌ ପଦକ୍ଷେପ ନିଆଯାଇପାରେ। ଏଥିସହ ସେ କହିଛନ୍ତି ବର୍ତ୍ତମାନ ଲକ୍‌ଡାଉନ ଓ ସଟଡାଉନ୍‌ ଆବଶ୍ୟକତା ସବୁ ଜାଗାରେ ନାହିଁ। ନିୟନ୍ତ୍ରଣ ପାଇଁ ନୂଆ ଷ୍ଟାଟେଜି କରୁଛୁ।

ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହେଇ ବଢ଼ୁଥିବା ବେଳେ ସ୍ଥିତି ସାଂଘାତିକ ହେଇଗଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ହାର ୭୦୦୦ ମୁହାଁ ରହୁଛି।

ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସପ୍ତାହାନ୍ତ ସଟଡାଉନ ସହ ନାଇଟ କର୍ଫ୍ୟୁ ମଧ୍ୟ ଜାରି କରାଯାଇଥିବା ବେଳେ ମଧ୍ୟ ସଂକ୍ରମଣ ହାର କମୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରେସ୍‌ମିଟ୍ ଜରିଆରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ପୁଲିସ ଡିଜି ଅଭୟ। କୋଭିଡ କଟକଣା ନେଇ କରିପାରନ୍ତି ନୂଆ କଟକଣା। ଏହାରି ଉପରେ ରହିଛି ସବୁ ରାଜ୍ୟବସୀଙ୍କ ନଜର।

 

 

 

 

Leave A Reply

Your email address will not be published.