Odisha Link
Bridging the Missing Links in Odisha

ଏକାବେଳେ ୯ ସନ୍ତାନଙ୍କୁ ଜନ୍ମଦେଇ ଚର୍ଚ୍ଚାରେ ମହିଳା

ନୂଆଦିଲ୍ଲୀ: ଜଣେ ମା ଏକାବେଳେ ଦୁଇଟି ତିନୋଟି କିମ୍ବା ଚାରୋଟି ସନ୍ତାନର ଜନ୍ମ ଦେବା କଥା ଆପଣ ଆଗରୁ ଶୁଣିଥିବେ ନିଶ୍ଚୟ। ମାତ୍ର ଜଣେ ମହିଳା ତିନୋଟି କିମ୍ବା ଚାରୋଟି ନୁହେଁ ଏକାବେଳେ ୯ଟି ସନ୍ତାନ ଜନ୍ମ ଦେଇଛିନ୍ତି। କଥାଟା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ପଶ୍ଚିମ ଆଫ୍ରିକୀୟ ଦେଶ ମାଲୀର ଜଣେ ୨୫ ବର୍ଷିୟ ମହିଳା ମୋରକୋରେ ମଙ୍ଗଳବାର ଏକାସହ ୯ଟି ସନ୍ତାନ ଜନ୍ମ ଦେଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକାଥରକେ ୯ ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଗୋଟିଏ ଥରରେ ୯ ଟି ଶିଶୁଙ୍କୁ ଜନ୍ମ ଦେବା ଏକ ଦୁର୍ଲ୍ଲଭ ଘଟଣା ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସେମାନଙ୍କୁ ମୋରୋକ୍କୋ ନିଆଯାଇଛି। ହେଲେ ଏବେ ମା’ ଓ ଶିଶୁମାନେ ସୁସ୍ଥ ଥିବା କଥା କୁହାଯାଇଛି ।

ମାଲୀ ସରକାର ୨୫ ବର୍ଷିୟ ହଲିମା ସିର୍ସେଙ୍କୁ ଉତ୍ତମ ଚିକିତ୍ସା ପାଇଁ ମାର୍ଚ୍ଚ ୩୦ ତାରିଖରେ ମୋରୋକ୍କୋ ନେଇ ଆସିଥିଲେ। ପ୍ରାଥମିକ ପରୀକ୍ଷା ପରେ କୁହାଯାଇଥିଲା କି ମହିଳାଙ୍କ ପେଟରେ ୭ ଟି ଶିଶୁ ଅଛନ୍ତି। ହେଲେ ଏକାସାଙ୍ଗରେ ୭ ଟି ଶିଶୁ ଜନ୍ମଦେବା ବି ଏକ ବିରଳ କଥା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରବକ୍ତା ରାସିତ୍ କୌଧାରୀ କହିଛନ୍ତି କି, ଦେଶରେ କୌଣସି ହସ୍ପିଟାଲରେ ଏଭଳି ଘଟଣା ଘଟିଥିବାର ଖବର ତାଙ୍କ ପାଖରେ ନାହିଁ । ଅନ୍ୟପଟେ ମାଲୀ ସରକାରଙ୍କ ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ସିର୍ସେ ସର୍ଜରିଆନ୍ ମାଧ୍ୟମରେ ଏକା ସାଙ୍ଗରେ ୫ ଟି କନ୍ୟା ଓ ୪ ଟି ଶିଶୁପୁତ୍ର ଜନ୍ମ ଦେଇଛନ୍ତି।

ମାଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଫେଣ୍ଟା ସିବି କହିଛନ୍ତି କି ମା ଓ ଶିଶୁମାନେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସିବି କହିଛନ୍ତି କି ମା ଓ ଶିଶୁ କିଛି ସପ୍ତାହ ମଧ୍ୟରେ ଘରକୁ ଫେରିଆସିବେ। ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ଏବେ ମା ଓ ଶିଶୁ ମାନଙ୍କ ଜୀବନକୁ ନେଇ ଡାକ୍ତର ବଡ ଚିନ୍ତାରେ ଅଛନ୍ତି।

Leave A Reply

Your email address will not be published.