Odisha Link
Bridging the Missing Links in Odisha

ଅମାନିଆଙ୍କୁ ସାବାଡ: ଦିନରେ ୨୩ଲକ୍ଷ ୧୮ହଜାର ତଣ୍ଡ ଆଦାୟ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ୧୪ ଦିନଆ ଲକ୍‌ଡାଉନ ଜାରି ହୋଇଛି। ଲକ୍‌ଡାଉନ ବେଳେ ଜରୁରୀକାଳୀନ କାମ ଥିଲେ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାହା ପୁଣି ବାଇକରେ କେବଳ ଜଣେ ଲୋକ ହିଁ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏଭଳି ନିର୍ଦ୍ଦେଶକୁ ମାନୁ ନାହାଁନ୍ତି ଅମାନିଆ। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗତକାଲି ଓ ଆଜି ମଧ୍ୟରେ ଓଡ଼ିଶା ପୋଲିସ ଅନେକ ଅମାନିଆଙ୍କୁ ସାବାଡ କରିଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୭ଜଣ ଅମାନିଆ ଗିରଫ ହୋଇଛନ୍ତି। ୪ଟି କେସ୍ ରେଜିଷ୍ଟର ହୋଇଥିବା ବେଳେ ୫୫୭ ଗାଡ଼ି ସିଜ୍ ହୋଇଛି। ୨୩ଲକ୍ଷ ୧୮ହଜାର ୬୫୦ଟଙ୍କା ଫାଇନ୍ ଆଦାୟ ହୋଇଛି। ଜନସାଧାରଣଙ୍କୁ ସଚେତନ କରିିବା ସତ୍ୱେ ଅମାନିଆଙ୍କୁ ସାବାଡ କରିବାକୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Leave A Reply

Your email address will not be published.