Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ଯାହା ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ୧୦ ହଜାର ୫୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ ହଜାର ୯୪୫ଜଣ ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତ ୪ ହଜାର ୫୭୬ ରହିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୮ଜଣ, ବାଲେଶ୍ୱର ଜିଲ୍ଲାରୁ ୯୭ଜଣ, ବରଗଡ଼ ଜିଲ୍ଲାରୁ ୫୪୩ଜଣ, ଭଦ୍ରକ ଜିଲ୍ଲାରୁ ୧୫୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୧୪ଜଣ, ବୌଦ୍ଧ ଜିଲ୍ଲାରୁ ୨୫୦ଜଣ, କଟକ ଜିଲ୍ଲାରୁ ୯୬୩ଜଣ, ଦେଓଗଡ଼ ଜିଲ୍ଲାରୁ ୮୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୮ଜଣ, ଗଜପତି ଜିଲ୍ଲାରୁ ୧୧୩ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୭ଜଣ, ଯାଜପୁର ଜିଲ୍ଲାରୁ ୩୭୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୧୪ଜଣ, କଳାହାଣ୍ଡି ଜିଲ୍ଲାରୁ ୫୭୧ଜଣ, କନ୍ଧମାଳ ଜିଲ୍ଲାରୁ ୭୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୭୭ଜଣ, କୋରାପୁଟ ଜିଲ୍ଲାରୁ ୧୮୨ଜଣ, ମାଲକାନଗିରି ଜିଲ୍ଲାରୁ ୮୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୮୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୦୪ଜଣ, ନୟାଗଡ଼ ଜିଲ୍ଲାରୁ ୨୨୪ଜଣ, ନୂଆପଡ଼ା ଜିଲ୍ଲାରୁ ୩୦୪ଜଣ, ପୁରୀ ଜିଲ୍ଲାରୁ ୩୧୯ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୦ଜଣ, ସମ୍ବଲପୁର ଜିଲ୍ଲାରୁ ୪୬୦ଜଣ, ସୋନପୁର ଜିଲ୍ଲାରୁ ୧୧୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୮୬ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୮୨ଜଣ ରହିଛନ୍ତି ।

ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୧୬୨। ସୁସ୍ଥ ହୋଇଛନ୍ତିି ୪ଲକ୍ଷ ୧୬ ହଜାର ୪୦୩ଜଣ। କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୮୧ ହଜାର ୮୫ ଜଣ। ଗତକାଲି ୪୮ ହଜାର ୩୧୪ ନମୁନା ପରୀକ୍ଷା କରାଯାଇଛି।

Leave A Reply

Your email address will not be published.