Odisha Link
Bridging the Missing Links in Odisha

କଟକଣା କୋହଳ: ସକାଳ ୯ରୁ ସନ୍ଧ୍ୟା ୫ ଯାଏ ଖୋଲିବ ଦୋକାନ

ରାଜ୍ୟରେ ପ୍ରବେଶ ପାଇଁ ଦରକାର ନାହିଁ ଆରିଟିପିସିଆର ନେଗେଟିଭ ରିପୋର୍ଟ

ଶିମଲା: ଦେଶରେ କରୋନା ସଂକ୍ରମଣ ହାର ଧିରେ ଧିରେ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କଟକଣାକୁ କୋହଳ କରଛନ୍ତି ହିମାଚଳପ୍ରଦେଶ ସରକାର। ଜୁନ୍‌ ୧୪ ତାରିଖରୁ ରାଜ୍ୟରେ ନୂଆ ନିୟମ ଲାଗୁ ହେବ ବୋଲି ଆଜି ହିମାଚଳପ୍ରଦେଶ ସରକାର ଘୋଷଣା କରିଛନ୍ତି।

ସେହିପରି ରାଜ୍ୟରେ ପ୍ରବେଶ ପାଇଁ  ଆରିଟିପିସିଆର ନେଗେଟିଭ ରିପୋର୍ଟ ଦରକାର ହେବ ନାହିଁ। ପୂର୍ବରୁ ଟେଷ୍ଟ ରିପୋର୍ଟକୁ ସରକାର ବାଧ୍ୟତାମୂଳକ କରିଥିଲେ। ଏଥିସହ ଜୁନ୍‌ ୧୪ରୁ ରାଜ୍ୟରେ ଥିବା ଦୋକାନଗୁଡ଼ିକ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲିବ। ତେବେ ଶନିବାର ଓ ରବିବାର ସପ୍ତାହାନ୍ତ ଶଟଡାଉନ ଲାଗୁ କରାଯିବ।

ରାଜ୍ୟରେ ଲାଗିଥିବା ୧୪୪ ଧାରାକୁ ଉଠାଇ ନିଆଯାଇଛି। କିନ୍ତୁ ପୂରା ରାଜ୍ୟରେ ସନ୍ଧ୍ୟା ୫ଟାରୁ ଭୋର ୫ଟା ଯାଏ କରୋନା କର୍ଫ୍ୟୁ ବା ନାଇଟ କର୍ଫ୍ୟୁ ଲାଗୁ ହେବ। ଯେଉଁ ସବୁ ଅଫିସରେ ୭୫ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ରହିଛନ୍ତି, ସେଗୁଡ଼ିକ କେବଳ ୫୦% ଲୋକଙ୍କୁ ନେଇ ଚାଲିପାରିବ। ରାଜ୍ୟ ସରକାର ବସ ଚଳାଚଳକୁ ଅନୁମତି ଦେଇଛନ୍ତି। ହେଲେ ବସ୍‌ଗୁଡ଼ିକ ନିଜ କ୍ଷମତାର ୫୦% ଲୋକଙ୍କୁ ନେଇ ସେବା ଆରମ୍ଭ କରିପାରିବେ। ଫାର୍ମାସୀ ଓ ନର୍ସିଂ ସ୍କୁଲଗୁଡ଼ିକ ଜୁନ୍ ୨୮ରୁ ଖୋଲିବ ବୋଲି ଗାଇଡଲାଇନରେ କୁହାଯାଇଛି। ଜୁନ୍‌ ୨୩ରୁ ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜ, ଆୟୁର୍ବେଦିକ କଲେଜ ଓ ଡେଣ୍ଟାଲ କଲେଜ ଖୋଲିବ।

Leave A Reply

Your email address will not be published.