ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୪ ମୃତ୍ୟୁ, ୩ ଗୁରୁତର

ରାଉରକେଲା: ଝାଡ଼ଖଣ୍ଡ ଚିରିଗିଢିପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ରାଉରକେଲା ପାନପୋଷ ଅଞ୍ଚଳର ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମୃତକଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ସୂଚନା। ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ କହ୍ନେୟା ଜୈନ, ପତ୍ନୀ ରୋମା ଜୈନ, ୩ ବର୍ଷର ଝିଅ ମିଥିଳା ଜୈନ ଓ ୭ ବର୍ଷର ପୁଅ ରିଶଭ ଜୈନ ।
ମିଳିଥିବା ସୂଚନା ମୁତାବକ ପୁରୁଲିଆ ରଘୁନାଥପୁର ଅଞ୍ଚଳରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ରହିଛି ।